ଆଇଆଇଟି ବାବାଙ୍କୁ ଦେଶଦ୍ରୋହୀ ଓ ଆତଙ୍କବାଦୀ କହି ଟ୍ରୋଲ କଲେ କ୍ରିକେଟ୍ ପ୍ରେମୀ

TERRORIST BABA

Photograph: (SAMBAD.IN)

ନୂଆଦିଲ୍ଲୀ: ଦୁବାଇ ଦଙ୍ଗଲରେ ଭାରତ ଜିତିଲା, ପାକିସ୍ତାନ ଚିତପଟାଙ୍ଗ ମାରିଲା । ଆଉ ତାପରେ ଭାରତ ହାରିବା ନେଇ ଭବିଷ୍ୟବାଣୀ କରିଥିବା ବାବାଙ୍କ ଧଜିଆ ଉଡେଇଦେଲେ କ୍ରିକେଟ୍ ପ୍ରେମୀ । ଆଇଆଇଟି ବାବା ଭାବେ ପରିଚିତ ଅଭୟ ସିଂହଙ୍କୁ ଟ୍ରୋଲ କରି ନାକେଦମ କରିଦେଲେଣି ସୋସିଆଲ ମିଡିଆ ୟୁଜର୍ସ । ଭାରତର ବିରାଟ ବିଜୟ ପରେ ଏବଂ କିଙ୍ଗ୍ କୋହଲିଙ୍କ ଦମଦାର ଶତକୀୟ ଇନିଂସ ପରେ ଆଇଆଇଟି ବାବାଙ୍କୁ କଟାକ୍ଷ କରି ସୋସିଆଲ ମିଡିଆରେ ଯିଏ ଯାହା ପାରିଲା ଲେଖିଛି ।

କେହି କେହି ଜୟ ଶାହାଙ୍କ ଫଟୋ ସହ ଆଇଆଇଟି ବାବାଙ୍କ ଫଟୋ ଯୋଡି ଲେଖିଛନ୍ତି, ହୃଦୟ ଛୋଟ କରନି... ଆନ୍ତର୍ଜାତୀୟ ସ୍କ୍ରିପ୍ଟ ରାଇଟର ଆଗରେ କାହାରି ଭବିଷ୍ୟବାଣୀ କାମ ଦିଏନି । 

ସେହିପରି ଅମରେନ୍ଦ୍ର ବାହୁବଳି ଏକ୍ସ ଆକାଉଣ୍ଟରେ ବାବାଙ୍କୁ କେଜ୍ରିୱାଲ ସହ ଯୋଡି ଟ୍ରୋଲ କରାଯାଇଛି । ପୋଷ୍ଟରେ ଲେଖାଯାଇଛି, ଆଇଆଇଟି ବାବାକୁ ଆଜି ୧୪୦ କୋଟି ଭାରତୀୟ ୪୫୩ଟି ଭାଷାରେ ମନେପକାଇବେ ଇଏ ବି କେଜ୍ରିୱାଲଙ୍କ ଠାରୁ ଅଧିକ ଗାଳିଖିଆ ମଣିଷ ବାହାରିବ ।


ଆଇଆଇଟି ବାବାଙ୍କୁ ଦେଶଦ୍ରୋହୀ, ଆତଙ୍କବାଦୀ କହି ତାଙ୍କୁ ପାକିସ୍ତାନ ପଠେଇ ଦେବାକୁ ଟ୍ରୋଲ କରିଛନ୍ତି କ୍ରିକେଟ୍ ପ୍ରେମୀ । ଯେଉଁ ଲୋକ ଦେଶର ଆତ୍ମସମ୍ମାନକୁ ଦେଖେନି ସେ ଦେଶଦ୍ରୋହୀ ବୋଲି ଟିମ୍ ଇଣ୍ଡିଆର ପ୍ରଶଂସକମାନେ ଲେଖିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe