ମଉଳିଲା ଭାରତର ପଦକ ଆଶା: କମନ୍‌ୱେଲ୍‌ଥ ଗେମ୍ସରୁ ବାଦ୍‌ ପଡ଼ିଲା ଏହି ସବୁ କ୍ରୀଡ଼ା

ଆଗାମୀ ୨୦୨୬ କମନ୍‌ୱେଲ୍‌ଥ ଗେମ୍ସରୁ ଅନେକ କ୍ରୀଡ଼ା ବାଦ୍‌ ପଡ଼ିଛି। ଯାହାକି ଭାରତର ପଦକ ଆଶାକୁ ଗୁରୁତର ଭାବରେ ପ୍ରଭାବିତ କରିପାରେ। ଜୁଲାଇ ୨୩ରୁ ଅଗ‌ଷ୍ଟ ୨ ତାରିଖ ମଧ୍ୟରେ ହେବାକୁ ଥିବା କମନ୍‌ୱେଲ୍‌ଥ ଗେମ୍ସର ୨୩ ତମ ସଂସ୍କରଣରେ କେବଳ ୧୦ଟି ଖେଳ ଅନୁଷ୍ଠିତ ହେବ।

cwgames

ନୂଆଦିଲ୍ଲୀ: ଆଗାମୀ ୨୦୨୬ କମନ୍‌ୱେଲ୍‌ଥ ଗେମ୍ସରୁ ଅନେକ କ୍ରୀଡ଼‌ା ବାଦ୍‌ ପଡ଼ିଛି। ଯାହାକି ଭାରତର ପଦକ ଆଶାକୁ ଗୁରୁତର ଭାବରେ ପ୍ରଭାବିତ କରିପାରେ। ଜୁଲାଇ ୨୩ରୁ ଅଗ‌ଷ୍ଟ ୨ ତାରିଖ ମଧ୍ୟରେ ହେବାକୁ ଥିବା କମନ୍‌ୱେଲ୍‌ଥ ଗେମ୍ସର ୨୩ ତମ ସଂସ୍କରଣରେ କେବଳ ୧୦ଟି ଖେଳ ଅନୁଷ୍ଠିତ ହେବ।

ପୂର୍ବରୁ ଭାରତୀୟ ଖେଳାଳିମାନେ କ୍ରିକେଟ୍‌, ହକି, ବ୍ୟାଡ୍‌ମିଣ୍ଟନ୍‌, ସୁଟିଂ ଓ ରେସ୍‌ଲିଂ ଆଦି କ୍ରୀଡ଼ାରେ ଭାଗ ନେଇ ନିଜର ଉତ୍କର୍ଷ ପ୍ରଦର୍ଶନ କରିଥିବା ବେଳେ ଏବେ ଏହି ସବୁ ଖେଳକୁ ହଟାଇ ଦିଆଯିବା ଏକ ନୈରାଶ୍ୟଜନକ କଥା।

ଦୀର୍ଘ ୧୨ ବର୍ଷ ପରେ ଯାଇ ଗ୍ଲାସ୍‌ଗୋ ଏହି ଗେମ୍‌ସକୁ ପୁଣିଥରେ ଆୟୋଜନ କରିବ। ୨୦୨୨ ମସିହାରେ ୧୯ଟି କ୍ରୀଡ଼ା ଖେଳା ଯାଇଥିବା ବେଳେ ୨୦୨୬ ମସିହାରେ ଖେଳ ସଂଖ୍ୟା ହ୍ରାସ ପାଇବା ଖବରକୁ କମନ୍‌ୱେଲ୍‌ଥ ଗେମ୍ସ ଫେଡେରେସନ୍‌ (ସିଜିଏଫ୍‌) ନିଶ୍ଚିତ କରିଛି। 

ତେବେ ଏଥର କ୍ରିକେଟ୍‌, ହକି, ବ୍ୟାଡ୍‌ମିଣ୍ଟନ୍‌, ସୁଟିଂ ଓ ରେସ୍‌ଲିଂ ବ୍ୟତୀତ ଟେବୁଲ୍‌ ଟେନିସ, ସ୍କ୍ୱାସ୍ ଏବଂ ରୋଡ୍ ରେସିଂ ଭଳି କ୍ରୀଡା ମଧ୍ୟ ବାଦ୍‌ ପଡ଼ିଛି। 

ପ୍ରାରମ୍ଭରେ, ପରବର୍ତ୍ତୀ କମନୱେଲଥ ଗେମ୍ସ ଆୟୋଜନ ଭିକ୍ଟୋରିଆ କରିଥାନ୍ତା ବୋଲି ସୂଚନା ରହିଥିଲା। କିନ୍ତୁ ଆର୍ଥିକ ପ୍ରତିବନ୍ଧକ ହେତୁ ସେମାନେ ଗତ ବର୍ଷ ଏଥିରୁ ଓହରି ଯିବାପରେ ଗ୍ଲାସ୍‌ଗୋ ଆୟୋଜନ କରିବାକୁ ଯାଉଛି।

ଏହି ଖେଳଗୁଡିକ ଚାରୋଟି ସ୍ଥାନରେ ଅନୁଷ୍ଠିତ ହେବ। ତାହା ‌ହେଉଛି ସ୍କଟଷ୍ଟାଉନ୍ ଷ୍ଟାଡିୟମ୍, ଟୋଲକ୍ରସ୍ ଇଣ୍ଟରନ୍ୟାସନାଲ ସୁଇମିଂ ସେଣ୍ଟର, ଏମିରେଟ୍ସ ଆରେନା  ଏବଂ ସ୍କଟିସ୍ ଇଭେଣ୍ଟ କ୍ୟାମ୍ପସ୍ (ଏସ୍‌ଇସି)। ସମସ୍ତ ଖେଳାଳି ଏବଂ ସେମାନଙ୍କ ସହାୟକ କର୍ମଚାରୀଙ୍କୁ ହୋଟେଲରେ ରଖାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe