ଲକ୍‌ଡାଉନ୍‌ ସମୟରେ କ୍ରିକେଟ୍‌ ମ୍ୟାଚ୍‌: ବିଜେପି ନେତାଙ୍କ ସମେତ ୨୦ ଜଣଙ୍କ ବିରୋଧରେ ମାମଲା ରୁଜୁ

Advertisment
ଆଜିର ଦିନରେ ସର୍ବନିମ୍ନ ସ୍କୋର୍‌କୁ ୬୫ ବର୍ଷ ପୂର୍ତ୍ତି

Zee News

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଲକ୍‌ଡାଉନ୍‌ ନିୟମ ଭାଙ୍ଗି କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ କରାଯାଇଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜଣେ ବିଜେପି ନେତାଙ୍କ ସମେତ ସମୁଦାୟ ୨୦ ଜଣଙ୍କ ବି‌ରୋଧରେ ମାମଲା ରୁଜୁ ହୋଇଛି। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ବାରବାଙ୍କି ଜିଲ୍ଲା ଟିକାୟତନଗର ଅଞ୍ଚଳ ସ୍ଥିତ ପାନପୁର ଗ୍ରାମରେ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ ହୋଇଥିବା ପୁଲିସ ଖବର ପାଇବାପ‌ରେ ଘଟଣା ସ୍ଥଳରେ ଯାଇ ଏକ ପୁଲିସ ଟିମ୍‌ ପହଞ୍ଚିଥିଲା। ବାରବାଙ୍କି ଏସ୍‌ପି ଅରବିନ୍ଦ ଚତୁର୍ବେଦୀ କହିଛନ୍ତି, ଆମ ଟିମ୍‌ ଯାଇ ପ୍ରଥମେ ମ୍ୟାଚ୍‌ ବନ୍ଦ କରିଦେଲେ। ସ୍ଥାନୀୟ ବିଜେପି ନେତା ସୁଧୀର ସିଂହଙ୍କ ଦ୍ବାରା କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ କରାଯାଇଥିବାରୁ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ବିଜେପି ନେତା , ତାଙ୍କ ପରିବାର ସଦସ୍ୟ ଏବଂ ଗ୍ରାମର କିଛି ଅନ୍ୟ ଲୋକଙ୍କ ବିରୋଧରେ ମାଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe