ମ୍ୟାଚ ଖେଳୁଥିବା ବେଳେ ଉଡ଼ିଗଲା କ୍ରିକେଟରଙ୍କ ପ୍ରାଣବାୟୁ

Advertisment

ଗରୱାର ଷ୍ଟାଡିୟମରେ ଚାଲିଥିବା କ୍ରିକେଟ୍ ମ୍ୟାଚ ଖେଳୁଥିବା ବେଳେ ହୃ୍ଦଘାତରେ ୩୫ବର୍ଷ ବୟସର ଇମ୍ରାନ ପଟେଲଙ୍କ ମୃତ୍ୟୁ। ଘଟଣାର ଭିଡିଓ ସିସିଟିଭିରେ ହୋଇଛି କଏଦ। କ୍ରିକେଟ ପ୍ରେମୀ ହୋଇଯାଇଛନ୍ତି ଦୁଃଖୀ।

ଗରୱାର ଷ୍ଟାଡିୟମରେ ଚାଲିଥିବା କ୍ରିକେଟ୍ ମ୍ୟାଚ ଖେଳୁଥିବା ବେଳେ ହୃ୍ଦଘାତରେ ୩୫ବର୍ଷ ବୟସର ଇମ୍ରାନ ପଟେଲଙ୍କ ମୃତ୍ୟୁ। ଘଟଣାର ଭିଡିଓ ସିସିଟିଭିରେ ହୋଇଛି କଏଦ। କ୍ରିକେଟ ପ୍ରେମୀ ହୋଇଯାଇଛନ୍ତି ଦୁଃଖୀ।

କପଢ଼ି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମ୍ୟାଚ ଖେଳୁଥିବା ବେଳେ ଜଣେ ଯୁବ କ୍ରିକେଟ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ କ୍ରିକେଟ ଖେଳାଳିଙ୍କ ନାମ ଇମ୍ରାନ ପଟେଲ ବୟସ ୩୫ବର୍ଷ ଥିବା ଜଣାପଡ଼ିଛି। 

ସୂଚନାଯୋଗ୍ୟ,  ଗରୱାର ଷ୍ଟାଡିୟମରେ କ୍ରିକେଟ୍ ମ୍ୟାଚ୍ ଚାଲିଥିଲା। ଏହି ସମୟରେ କ୍ରିକେଟ ଖେଳାଳି  ଇମ୍ରାନ ପଟେଲଙ୍କ ସହିତ ତାଙ୍କ ଦଳର ଅନ୍ୟ ସଦସ୍ୟମାନେ ଷ୍ଟାଡିୟମରେ ଆସି ପହଞ୍ଚିଥିଲେ। 

ମ୍ୟାଚ ଆରମ୍ଭ ପାଇଁ ଇମ୍ରାନ ପଟେଲ ଓପନର୍ ଭାବେ ବ୍ୟାଟ ଧରି ପଡ଼ିଆକୁ ଓହ୍ଲାଇଥିଲେ। ଷ୍ଟାଡିୟମରେ ଥିବା ଦର୍ଶକ ଇମ୍ରାନଙ୍କୁ କରତାଳି ‌ଦେଇ ସ୍ବାଗତ କରିଥିଲେ।

ଇମ୍ରାନ ବି ବ୍ୟାଟ ଧରି ବ୍ୟାଟିଂ କରିବା ପାଇଁ ଖୁବ ଉତ୍ସାହିତ ଥିବା ତାଙ୍କ ଚେହେରାରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ିଥିଲା। ପିଚରେ କିଛି ସମୟ ବ୍ୟାଟିଂ କରିବା ପ‌ରେ ଇମ୍ରାନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏନେଇ ସେ ଅମ୍ପାୟାରଙ୍କୁ ଜଣାଇଥିଲେ। ସଙ୍ଗେସଙ୍ଗେ ପଡ଼ିଆରେ ଥିବା ଅନ୍ୟ ଖେଳାଳିମାନେ ଇମ୍ରାନଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। 

ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମ୍ୟାଚ୍ ଲାଇଭ୍ ଷ୍ଟ୍ରିମିଂ ହେଉଥିବାରୁ ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଯାଇଛି। ଯାହାକୁ ଦେଖିବା ପରେ କ୍ରିକେଟ ପ୍ରେମୀ ଭାବବିହ୍ବଳ ହୋଇପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe