ତ୍ରିପୁରାରେ ନାବାଳକଙ୍କ ନାରକୀୟ କାଣ୍ଡ: ପରିବାରର ୪ ଜଣଙ୍କୁ କୁରାଢ଼ିରେ ହତ୍ୟା

Advertisment
ତ୍ରିପୁରାରେ ନାବାଳକଙ୍କ ନାରକୀୟ କାଣ୍ଡ: ପରିବାରର ୪ ଜଣଙ୍କୁ କୁରାଢ଼ିରେ ହତ୍ୟା

Hindustan Times

ଅଗରତାଲା: ତ୍ରିପୁରାର ଧଲାଇ ଜିଲ୍ଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି। ୧୭ ବର୍ଷର ଜଣେ ନାବାଳକ ତାଙ୍କ ପରିବାରର ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିମାନେ ହେଲେ ଅଭିଯୁକ୍ତର ଜେଜେବାପା, ମାଆ, ନାବାଳିକା ଭଉଣୀ ଏବଂ ଖୁଡ଼ି। ଶନିବାର ରାତିରେ ଶୋଇଥିବା ସମୟରେ ନାବାଳକ ଜଣକ କୁରାଢ଼ିରେ ହାଣି ହତ୍ୟା କରିଛି। ରବିବାର ସକାଳୁ ପୁଲିସ ଅଭିଯୁକ୍ତକୁ ନିକଟସ୍ଥ ବଜାରରୁ ଗିରଫ କରିଛି ବୋଲି ଧଲାଇର ବରିଷ୍ଠ ପୁଲିସ ଅଧିକାରୀ ଡ ରମେଶ ଚନ୍ଦ୍ର ଯାଦବ କହିଛନ୍ତି। ହତ୍ୟାକାଣ୍ଡର କିଛି ସମୟ ମଧ୍ୟରେ ଅଭିଯୁକ୍ତକୁ ଧରାଯାଇଛି।

ହତ୍ୟାର କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଛି। ମୃତଦେହଗୁଡ଼ିକୁ ଏକ କୂଅରେ ଫିଙ୍ଗି ଦିଆଯାଇଥିଲା। ପଡ଼ୋଶୀଙ୍କ କହିବାନୁଯାୟୀ, ଅଭିଯୁକ୍ତ ଜଣକ ଟେଲିଭିଜନ ଅଧିକ ସମୟ ଦେଖୁଥିଲା। ବିଶେଷକରି ଅପରାଧ ଧାରାବାହିକଗୁଡ଼ିକୁ ଦେଖି ଉଲ୍ଲସିତ ହୋଇଥାଏ। ପୂର୍ବରୁ ସେ ନିଜ ଘରୁ ଚୋରି କରିଥିବା ଅଭିଯୋଗ ହୋଇଛି। କୁରାଢ଼ି ଚୋଟରେ ହତ୍ୟା କରିବା ସମୟରେ ସେମାନଙ୍କ କାନ୍ଦବୋବାଳି ଯେଭଳି ବାହାରକୁ ନଶୁଭିବ ସେଥିପାଇଁ ଅଭିଯୁକ୍ତଜଣକ ଖୁବ ଜୋରରେ ଘରେ ମ୍ୟୁଜିକ ବଜାଇଥିଲା। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe