ନୂଆଦିଲ୍ଲୀ: ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲାର ବିଚାର ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରିବା ମାମଲାରେ କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ ନେଇ ଆଜି ସୁପ୍ରିମ୍ କୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦେଶରେ କେତେ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଅପରାଧ ମାମଲା ଚାଲିଛି ଏବଂ ସେହି ମାମଲାର ସ୍ଥିତି କ’ଣ ସେ ସଂପର୍କରେ କୋର୍ଟ ସରକାରଙ୍କଠାରୁ ସବିଶେଷ ତଥ୍ୟ ଚାହିଥିଲେ। କିନ୍ତୁ ସରକାର ଏହି ତଥ୍ୟ ପ୍ରଦାନ କରିବାରେ ବିଫଳ ହୋଇଥିବାରୁ ଆଜି ଜଷ୍ଟିସ ରଂଜନ ଗୋଗୋଇଙ୍କ ତତ୍ତ୍ୱାବଧାନରେ ଗଠିତ ଖଣ୍ଡପୀଠ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ମାମଲାର ଶୁଣାଣି ବେଳେ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ ଯେ କୋର୍ଟ ୨୦୧୭ ନଭେମ୍ବର ୧ ତାରିଖରେ ଯେଉଁ ଆଦେଶ ଦେଇଥିଲେ ତାହାକୁ ସରକାର ପଢ଼ିବା ଉଚିତ ଏବଂ କେଉଁ ତଥ୍ୟ ମଗାଯାଇଛି ଏବଂ ସରକାର କ’ଣ ଉପସ୍ଥାପନ କରିଛନ୍ତି ତାହା ବୁଝିବା ଜରୁରୀ। କୋର୍ଟ ଯେଉଁ ତଥ୍ୟ ମାଗିଥିଲେ ସରକାର ସେହି ତଥ୍ୟ ନଦେଇ କେବଳ କିଛି କାଗଜ ଟୁକୁଡ଼ା ଦେଇଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି। ଏ ବାବଦରେ ପରବର୍ତ୍ତୀ ଶୁଣାଣି ୫ ସେପ୍୍ଟେମ୍ବରରେ ହେବ ବୋଲି ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି।
ସାଂସଦ-ବିଧାୟକଙ୍କ ଅପରାଧ ରେକର୍ଡ
Advertisment
Follow Us