ବିଚାରପତିଙ୍କ ସବୁ ପ୍ରଶ୍ନର ଉତ୍ତର 'ମ୍ୟାଉଁ ମ୍ୟାଉଁ' ବୋଲି କହିଲା ଅପରାଧୀ!

ବିଚାରପତିଙ୍କ ସବୁ ପ୍ରଶ୍ନର ଉତ୍ତର 'ମ୍ୟାଉଁ ମ୍ୟାଉଁ' ବୋଲି କହିଲା ଅପରାଧୀ!

ନୂଆଦିଲ୍ଲୀ: ବିଚାରପତିଙ୍କ ପ୍ରତିଟି ପ୍ରଶ୍ନକୁ ନିଆରା ଢଙ୍ଗରେ ଉତ୍ତର ଦେଲେ ଅପରାଧୀ | ଆଉ ଉତ୍ତର ଶୁଣି ଅପରାଧୀକୁ କୋର୍ଟରୁ ବାହାରି ଯିବାକୁ କହିଲେ ବିଚାରପତି | ଆର୍ଜେଣ୍ଟିନାରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଗତକାଲି ୨୬ ଅକ୍ଟୋବରରେ ଆର୍ଜେଣ୍ଟିନାର ମେଣ୍ଡୋଜା ସହରରେ ଏଭଳି ଏକ ଘଟଣା ଘଟିଛି | ଏହି ଅପରାଧୀଙ୍କ ନାମ ନିକୋଲାସ ଗିଲ ପେରେଜ ହୋଇଥିବାବେଳେ ସେ ମୂଳତଃ ଇସ୍ରାଏଲର ବୋଲି ଜଣାପଡିଛି । ୨୦୧୯ରେ, ସେ ଇସ୍ରାଏଲରୁ ଆର୍ଜେଣ୍ଟିନାକୁ ଆସି ତାଙ୍କ ମା ଏବଂ ମାଉସୀଙ୍କୁ ହତ୍ୟା କରିଥିଲେ।

୨୦୧୯ରେ ନିକୋଲାସଙ୍କୁ ପୁଲିସ ଗିରଫ କରିଥିଲା। ପୁଲିସ ତାଙ୍କ ଘରେ ଅନେକ ବିଲେଇଙ୍କୁ ଦେଖିବାକୁ ପାଇଥିଲା। ଗିରଫ କରାଯିବା ତାଙ୍କର ମାନସିକ ଅବସ୍ଥା ଠିକ ନଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଯେଉଁଠାରେ ସେ ତାଙ୍କ ବିଲେଇମାନଙ୍କୁ ତାଙ୍କ ପାଖରେ ରଖିବାକୁ ଦାବି କରିଥିଲେ। କିନ୍ତୁ ଏହାକୁ ପୁଲିସ ମାନିନଥିଲା | ଆଉ ଗତକାଲି ଶୁଣାଣି ସମୟରେ ଯେତେବେଳେ ଓକିଲ ନିକୋଲାସଙ୍କୁ ଏହି ମାମଲା ସହ ଜଡିତ ପ୍ରଶ୍ନ ପଚାରିଥିଲେ, ସେତେବେଳେ ଉତ୍ତରରେ ଅଭିଯୁକ୍ତ ଜଣକ କେବଳ 'ମ୍ୟାଉଁ ମ୍ୟାଉଁ' ବୋଲି କହିଥିଲେ । ପ୍ରଥମେ ଲୋକମାନେ ହସିଥିଲେ।

କିନ୍ତୁ ଅଳ୍ପ ସମୟ ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର 'ମ୍ୟାଉଁ ମ୍ୟାଉଁ' ଶୁଣି ଜଜ୍ ଏଥିରେ ଅତ୍ୟଧିକ କ୍ରୋଧିତ ହୋଇ ନିକୋଲାସଙ୍କୁ କୋର୍ଟରୁ ବାହାର କରିଦେଇଥିଲେ | ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ବର୍ତ୍ତମାନ କିଛି ଲୋକ ନିକୋଲାସ ମାନସିକ ଭାରସାମ୍ୟ ହରାଇଥିବାର କହୁଥିବାବେଳେ କେହି କେହି କହିଛନ୍ତି ଯେ ସେ କେବଳ ଦଣ୍ଡରୁ ରକ୍ଷା ପାଇବା ପାଇଁ ଏଭଳି ଅଭିନୟ କରୁଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe