ଅପରାଧିକ ମାନହାନି ମାମଲା : ଗୁଜରାଟ କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ

Advertisment
ଅପରାଧିକ ମାନହାନି ମାମଲା : ଗୁଜରାଟ କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ

ଅହମଦାବାଦ୍‌ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୨୦୧୯ ଲୋକସଭା ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ଚିନ୍ତାରେ ଥିବାବେଳେ  ତାଙ୍କୁ ପୁଣି ଏକ ଝଟ୍‌କା ଲାଗିଛି। ଏକ ଅପରାଧିକ ମାନହାନି ମାମଲାରେ ରାହୁଲଙ୍କୁ ଆସନ୍ତା ଜୁଲାଇ ୧୨ ତାରିଖରେ ଗୁଜରାଟ କୋର୍ଟରେ ହାଜର ହେବାକୁ କୁହାଯାଇଛି। ଅହମଦାବାଦ୍‌ ଜିଲ୍ଲା ସମବାୟ ବ୍ୟାଙ୍କ୍‌ ଏବଂ ଏହାର ଅଧ୍ୟକ୍ଷ ଅଜୟ ପଟେଲ୍‌ଙ୍କ ଦ୍ବାରା ଗତ ବର୍ଷ ରାହୁଲଙ୍କ ବିରୋଧରେ ଏକ ଅପରାଧିକ ମାନହାନି ମାମଲା ରୁଜୁ ହୋଇଥିଲା। ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସୁର୍ଯ୍ୟେୱାଲା କହିଥିଲେ ଯେ ଅହମଦାବାଦ୍‌ ଜିଲ୍ଲା ସମବାୟ ବ୍ୟାଙ୍କ୍‌ ବିମୁଦ୍ରୀକରଣର ୫ ଦିନ ମଧ୍ୟରେ ୭୪୫.୫୯ କୋଟି ଟଙ୍କା ଅଚଳ ନୋଟ୍‌କୁ ବଦଳାଇ ନୂଆ ଟଙ୍କା ଦେବା କାରବାରରେ ଲିପ୍ତ ଥିଲା। ଉଲ୍ଲେଖଯୋଗ୍ୟ ଏହି ମାମଲାରେ ରାହୁଲଙ୍କ ମେ’ ୨୭ ତାରିଖରେ ହାଜର ହେବାପାଇଁ କୁହାଯାଇଥିଲା । କିନ୍ତୁ ରାହୁଲଙ୍କ ଆଇନଜୀବୀ ଏଥିପାଇଁ ଅଧିକ ସମୟ ମାଗିବା ଫଳରେ ରାହୁଲଙ୍କୁ ଜୁଲାଇ ୧୨ ତାରିଖରେ କୋର୍ଟରେ ହାଜର ହେବାପାଇଁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe