ଦୁର୍ବୃତ୍ତ ଭାଙ୍ଗିଲେ ଗୁରୁ ନାନକ ମହଲ

Advertisment
ଦୁର୍ବୃତ୍ତ ଭାଙ୍ଗିଲେ ଗୁରୁ ନାନକ ମହଲ

ଚଣ୍ଡିଗଡ: ଗୋଟିଏ ପଟେ ଭାରତ ପାକିସ୍ତାନ ମଧ୍ୟରେ କର୍‌ତାରପୁର କରିଡର୍‌ ନିର୍ମାଣକୁ ନେଇ ଆଲୋଚନା ଚାଲୁ ରହିଥିବା ବେଳେ ଅନ୍ୟପଟେ ପାକିସ୍ତାନରେ ଥିବା ଐତିହାସିକ ଗୁରୁ ନାନକ ମହଲ ଭଙ୍ଗାଯିବା ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଲାହୋର ଠାରୁ ୧୦୦ କିଲୋମିଟର ଦୂରରେ ଥିବା ନରୋୱଲ ସହର ନିକଟସ୍ଥ ଗ୍ରାମରେ ୪ ଶହ ବର୍ଷ ପୁରୁଣା ଐତିହାସିକ ଗୁରୁ ନାନକ ମହଲକୁ କିଛି ଦୁର୍ବୃତ୍ତମାନେ ଭାଙ୍ଗିଛନ୍ତି । ସେମାନେ ଏହି ମହଲରେ ପଶି ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଥିବା କବାଟ ଏବଂ ଝରକା ତାଡ଼ି ନେଇଛନ୍ତି। ଚାରି ମହଲା ବିଶିଷ୍ଟ ଏହି ଐତିହାସିକ କୋଠାରେ ମୋଟ ୧୬ଟି କକ୍ଷ ଥିବା ବେଳେ ପ୍ରାୟ ସମସ୍ତ କକ୍ଷରେ ଭଙ୍ଗାରୁଜା ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଦୁର୍ବୃତ୍ତମାନେ ଉକ୍ତ ଐତିହାସିକ କୋଠା ଭାଙ୍ଗୁଥିବା ବେଳେ ପାକିସ୍ତାନୀ ଅଧିକାରୀମାନେ ନିରବଦ୍ରଷ୍ଟା ସାଜି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ମହମଦ ଅସରାଫ୍‌ ନାମକ ସ୍ଥାନୀୟ ବ୍ୟକ୍ତି କହିଛନ୍ତି, କିଛି ପ୍ରଭାବଶାଳୀ ଲୋକ ଏହି ଐତିହାସିକ ସ୍ଥଳକୁ ଭାଙ୍ଗିବା ବେଳେ ଆକଫ୍‌ ବିଭାଗର ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଗୁରୁ ନାନକ ମହଲ ଐତିହାସିକ ସ୍ଥଳ ଭଳି ଦେଖା ଯାଉଥିଲେ ମଧ୍ୟ ଏହାର କୌଣସି ରେକର୍ଡ ନାହିଁ ବୋଲି ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି। ତେବେ ଏହି ଐତିହାସିକ କୋଠାର ତିନଟି ମହଲା ଭଙ୍ଗାଯାଇ ସେଠାରେ ନୂତନ ଗୃହ ନିର୍ମାଣ କରାଯାଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe