ନୂଆଦିଲ୍ଲୀ: ବିହାର ମହାମେଣ୍ଟ ସରକାରରୁ ଓହରିବା ପରେ ଜେଡିୟୁ ନେତା ନୀତୀଶ କୁମାରଙ୍କୁ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର କଡ଼ା ସମାଲୋଚନା କରିଛନ୍ତି। ନୀତୀଶ ମେଣ୍ଟରୁ ଇସ୍ତଫା ଦେଇ ପୁଣି ବିଜେପି ସାଙ୍ଗରେ ମିଶି ସରକାର ଗଢ଼ିବା ଘଟଣାରେ ଇଂରାଜୀ ଶବ୍ଦଜ୍ଞାନରେ ମାଷ୍ଟର ଶଶୀ ଥରୁର ତାଙ୍କ ପ୍ରତି ଏକ ନୂଆ ଶବ୍ଦ ‘ସ୍ନୋଲିଗୋଷ୍ଟର’ର ପ୍ରୟୋଗ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି- ‘ଆଜି ଦିନର ଶବ୍ଦ! ‘ସ୍ନୋଲିଗୋଷ୍ଟର’। ଆମେରିକୀୟ ଉପଭାଷାର ସଂଜ୍ଞା: ଜଣେ ଧୂର୍ତ୍ତ ନୀତିହୀନ ରାଜନେତା। ସେହିପରି ନୀତୀଶ କୁମାରଙ୍କ ପଲ୍ଟୁପଣକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ନୀତୀଶ କୁମାରଙ୍କ ଉଦ୍ଦେଶ୍ୟ ବିଷୟରେ ସେ ଆଗରୁ ଜାଣିଥିଲେ। ବିହାରର ରାଜନୈତିକ ଗତିବିଧି ଉପରେ ପ୍ରତିକ୍ରିୟା ରଖି ଖଡ଼ଗେ କହିଛନ୍ତି, ଦେଶରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କ ରାଜନୀତି ହେଉଛି ‘ଆୟା ରାମ, ଗୟା ରାମ’।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us