ଲଣ୍ଡନ୍: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସହିତ ଆଲୋଚନାକୁ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ କୁମ୍ଭୀର ସହିତ ବୁଝାମଣା ସଙ୍ଗେ ତୁଳନା କରିଛନ୍ତି। ତେଣୁ, ୟୁକ୍ରେନ୍ ଶାନ୍ତି ପ୍ରସ୍ତାବ ଉପରେ ଯେ, କୌଣସି ଶାନ୍ତି ଆଲୋଚନା ନିଷ୍ଫଳ ହେବାର ସମ୍ଭାବନା ଥିବା କଥା ସେ କହିଛନ୍ତି।
ସେ କହିଛନ୍ତି, ଗୋଡ଼କୁ ଜାବ ପକାଇ ଧରିଥିବା କୁମ୍ଭୀର ସହିତ ବୁଝାମଣା କରିବା ଯାହା, ପୁଟିନ୍ଙ୍କ ସହିତ ଆଲୋଚନ କରିବା ତାହା। ଗୋଡ଼କୁ କାମୁଡ଼ି ଧରିଥିବା କୁମ୍ଭୀର ସହିତ କେମିତି ବୁଝାମଣା କରିବେ? ୟୁକ୍ରେନୀୟମାନେ ଠିକ୍ ସେଭଳି ପରିସ୍ଥିତିରେ ପଡ଼ିଯାଇଛନ୍ତି। ତେଣୁ, ପାଶ୍ଚାତ୍ୟ ରାଷ୍ଟ୍ରସମୂହ ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଗୁରୁତ୍ବପୂର୍ଣ୍ଣ।
Image Courtesy of NDTVଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରୁଥିବା ବେଳେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସାମ୍ବାଦିକମାନଙ୍କୁ ବୋରିସ୍ କହିଛନ୍ତି, ମନୋଭାବ ଭଲନାହିଁ ବୋଲି ସ୍ପଷ୍ଟ ଜଣାପଡୁଥିବା ପୁଟିନ୍ଙ୍କ ସହିତ ୟୁକ୍ରେନୀୟମାନେ କିଭଳି ବୁଝାମଣା କରିବେ ତାହା ବିଶ୍ବାସ କରି ହେଉନାହିଁ। ପୁଟିନ୍ଙ୍କ ରଣନୀତି ପ୍ରମାଣ କରୁଛି ଯେ, ସେ ଯେତେ ଅଧିକ ପାରନ୍ତି ୟୁକ୍ରେନୀୟ ଅଞ୍ଚଳ ଅକ୍ତିଆର କରିବାକୁ ଚାହୁଁଛନ୍ତି।
Image Courtesy of Dbp Newsସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବ ୟୁକ୍ରେନ୍ରେ ରୁଷୀୟ ଆକ୍ରମଣ ତୀବ୍ରତର ହୋଇଥିବାରୁ କମାଣ ସମେତ ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିବା ନିମନ୍ତେ ଚଳିତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସମେତ ବିଶ୍ବ ନେତାମାନେ ଏକ ବୈଠକରେ ସମ୍ମତି ପ୍ରଦାନ କରିଛନ୍ତି।
ମାର୍ଚ ୨୯ ତାରିଖରୁ ୟୁକ୍ରେନ୍ ଓ ରୁଷ୍ ପ୍ରତ୍ୟକ୍ଷ ଭାବେ ଶାନ୍ତି ଆଲୋଚନା କରି ନାହାନ୍ତି। କିବ୍ ନିକଟ ବୁଚା ନଗରୀରେ ରୁଷୀୟ ସୈନିକମାନେ ନରସଂହାର କରିଛନ୍ତି ବୋଲି ୟୁକ୍ରେନୀୟମାନେ ଅଭିଯୋଗ କରିବାରୁ ବାତାବରଣ ତିକ୍ତ ହୋଇଯାଇଛି। ଏଭଳି ଅଭିଯୋଗକୁ ମସ୍କୋ ଅସ୍ବୀକାର କରିଛି।
Follow Us