ବିରୋଧୀଙ୍କୁ କ୍ରସ୍‌ଭୋଟିଂ ଝଟ୍‌କା, ୧୩ ରାଜ୍ୟରେ ବିଦ୍ରୋହ!

Advertisment

ଆସାମରେ ସର୍ବାଧିକ ୨୨, ମଧ୍ୟପ୍ରଦେଶରେ ୨୦ କ୍ରସ୍‌ଭୋଟ୍‌

ଆସାମରେ ସର୍ବାଧିକ ୨୨, ମଧ୍ୟପ୍ରଦେଶରେ ୨୦ କ୍ରସ୍‌ଭୋଟ୍‌

ରାଷ୍ଟ୍ରପତିଙ୍କ ଓଡ଼ିଶା ଆଗମନ ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି

ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଏନ୍‌ଡିଏ ‌ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ଦିନ ହିଁ ତାଙ୍କ ବିଜୟ ସ୍ପଷ୍ଟ ହୋଇଯାଇଥିଲା। କିନ୍ତୁ ମୁର୍ମୁଙ୍କୁ ଯେଉଁଭଳି ଅଭୂତପୂର୍ବ ସଫଳତା ମିଳିଛି ତାହା ସମସ୍ତଙ୍କୁ ଆଚମ୍ବିତ କରିଛି। ୬୪ ବର୍ଷୀୟା ଆଦିବାସୀ ନେତ୍ରୀଙ୍କୁ କେବଳ ଶାସକ ଦଳ ଏବଂ ଏହାର ସହଯୋଗୀଙ୍କଠାରୁ ସମର୍ଥନ ମିଳିନି। ଅଣ ଏନ୍‌ଡିଏ ଦଳଠାରୁ ମଧ୍ୟ ମୁର୍ମୁଙ୍କୁ ବିପୁଳ ସମର୍ଥନ ମିଳିଛି। ବିରୋଧୀ ଦଳର ବରିଷ୍ଠ ନେତାଙ୍କ ସକଳ ଉଦ୍ୟମ ସ‌ତ୍ତ୍ବେ ୧୩ ରାଜ୍ୟରେ ଅନେକ ବିଧାୟକ ଦଳ ବିରୋଧରେ ଯାଇ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଦେଉଛି ଯେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟ ବାସ୍ତବରେ ଏକ ଦୂର ସ୍ବପ୍ନ‌‌ ହେବାକୁ ଯାଉଛି। ୧୨୬ ବିଧାୟକଙ୍କ ସମେତ ୧୭ ଅଣ-ଏନ୍‌ଡିଏ ସାଂସଦ ମଧ୍ୟ ମୁର୍ମୁଙ୍କ ସପକ୍ଷରେ କ୍ରସଭୋଟିଂ କରିଛନ୍ତି।

ଆସାମ, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶରେ ଅନେକ ବିରୋଧୀ ବିଧାୟକ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି। ଆସାମରେ ସର୍ବାଧିକ ୨୨ ବିଧାୟକ କ୍ରସ୍‌ ଭୋଟିଂ କରିଛନ୍ତି। ମଧ୍ୟପ୍ରଦେଶରେ ୨୦ ବିଧାୟକ କ୍ରସ୍‌ ଭୋଟିଂ କରିଛନ୍ତି। ସେହିପରି ବିହାର, ଛତିଶଗଡ଼ରୁ ୬ ବିରୋଧୀ ବିଧାୟକ, ଗୋଆରୁ ୪ ଏବଂ ଗୁଜରାଟରୁ ୧୦ ବିରୋଧୀ ବିଧାୟକ ମୁର୍ମୁଙ୍କୁ ଭୋଟ୍‌ ଦେଇଥିବା‌ କୁହାଯାଉଛି। ମୁର୍ମୁଙ୍କ ଆଦିବାସୀ ପୃଷ୍ଟଭୂମି ଯୋଗୁଁ ଝାଡ଼ଖଣ୍ଡରେ ମଧ୍ୟ କଂଗ୍ରେସ ବିଧାୟକମାନେ ତାଙ୍କୁ ସମର୍ଥନ କରିଛନ୍ତି।

ମହାରାଷ୍ଟ୍ରରେ ୧୬ ଅଣ ଏନ୍‌ଡିଏ ସାଂସଦ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି। ମେଘାଳୟରେ ୭ ବିଧାୟକ କ୍ରସ୍‌ ଭୋଟିଂ କରିଛନ୍ତି ଏବଂ ପଞ୍ଜାବ‌ରେ ୨ ଜଣ
କ୍ରସ୍‌ ଭୋଟିଂ କରିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କୁ ଏକଜୁଟ୍‌ କରିବାରେ ମୁଖ୍ୟ ଭୂମିକା ନେଇଥିଲେ। କିନ୍ତୁ ଟିଏମ୍‌ସିର ୪ ଜଣ ବିଧାୟକ ଏବଂ ୪ ଜଣ ସାଂସଦ ମୁର୍ମୁଙ୍କ ସମର୍ଥନରେ କ୍ରସ୍‌ ଭୋଟ୍‌ କରିବା ବେଶ୍‌ ଚର୍ଚ୍ଚାରେ ରହିଛି। ଉତ୍ତରପ୍ରଦେଶରେ ୧୨ ବିଧାୟକ ଦଳ ବିରୋଧରେ ଯାଇ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି। ଉତ୍ତରାଖଣ୍ଡରେ ୨ ବିଧାୟକ କ୍ରସ ଭୋଟିଂ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe