କରୋନାରେ ପ୍ରାଣ ହାରିଲେ ସିଆରପିଏଫ୍‌ ଯବାନ, ଦିଲ୍ଲୀ ସିଆରପିଏଫ୍‌ ବାଟାଲିଅନ୍ ସିଲ୍‌, ୪୭ ଜଣ ଆକ୍ରାନ୍ତ

Advertisment
କରୋନାରେ ପ୍ରାଣ ହାରିଲେ ସିଆରପିଏଫ୍‌ ଯବାନ, ଦିଲ୍ଲୀ ସିଆରପିଏଫ୍‌ ବାଟାଲିଅନ୍ ସିଲ୍‌, ୪୭ ଜଣ ଆକ୍ରାନ୍ତ

Mangalore Today

ନୂଆଦିଲ୍ଲୀ : ଦିଲ୍ଲୀର ଜଣେ ସିଆରପିଏଫ୍‌ ଯବାନ କରୋନାରେ ପ୍ରାଣ ହରାଇଛନ୍ତି। ସିଆର୍‌ପିଏଫ୍‌ ଯବାନ କରୋନାରେ ଆଖି ବୁଜିବା ଦେଶରେ ପ୍ରଥମ ଘଟଣା। ୫୫ ବର୍ଷୀୟ ଏହି ଯବାନ ଜଣଙ୍କ ସଫଦରଜଙ୍ଗ ହସ୍ପିଟାଲ୍‌‌ରେ ଚିକିତ୍ସିତ ହେଉଥିଲେ। ତାଙ୍କର ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଥିଲା। ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଛି। ଦିଲ୍ଲୀର ମୟୁର ବିହାର ସ୍ଥିତ ୩୧ ତମ ସିଆରପିଏଫ୍‌ ବାଟାଲିଅନ୍‌ରେ ଉକ୍ତ ଯବାନ ଜଣଙ୍କ ନିଯୁକ୍ତ ହୋଇଥିଲେ। ଏଥିସହ ବାଟାଲିଅନ୍‌ରେ ସମୁଦ‌ାୟ ୪୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଗତ କିଛି ଦିନ ଧରି ଉକ୍ତ ସିଆରପିଏଫ୍‌ ବାଟାଲିଅନ୍‌ରେ କ‌ରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ବାଟାଲିଅନ୍‌ରେ ସମୁଦାୟ ୪୭ ଜଣ କରୋନା ଆକ୍ରାନ୍ତ ହେବାପରେ ସମ୍ପୃକ୍ତ ବାଟାଲିଅନ୍‌କୁ ସିଲ୍‌ କରିଦିଆଯାଇଛି ଏବଂ ପ୍ରାୟ ୧୧୦୦ ଜଣ ଯବାନ ଏବେ କ୍ବାରାଣ୍ଟିନ୍‌ରେ ଅଛନ୍ତି। ୨୫୭ ଜଣଙ୍କ ଟେଷ୍ଟ୍‌ ରିପୋର୍ଟ ଆସିନି।

କରୋନାରେ ପ୍ରାଣ ହାରିଥିବା୍‌ଆଇ ରୢାଙ୍କ୍‌ର ସୈନିକ ମହମ୍ମଦ ଇକରମ୍‌ ହୁସେନ୍‌ଙ୍କୁ ଗତ କିଛିଦତ ତଳେ ସଫଦରଜଙ୍ଗ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ହଠାତ୍‌ ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଆସାମ ବାରପେଟା ଜିଲ୍ଲାର ଏହି ଯବାନଙ୍କ ମୃତ୍ୟୁ ପାଇଁ ଟ୍ବିଟ୍‌ କରି ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତେବେ ଏତେ ସଂଖ୍ୟାରେ ସିଆରପିଏଫ୍‌ ଯବାନ କରୋନା ସଂକ୍ରମିତ ‌ହେବା ନେଇ ଏବେ ଚିନ୍ତା ବଢ଼ିଛି। ଗୃହ ମନ୍ତ୍ରାଳୟ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ କେଉଁ ପରିସ୍ଥିତିରେ ବାଟାଲିଅନ୍‌ରେ ସଂକ୍ରମଣ ଏତେ ବଢ଼ିଲା ସେନେଇ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମଗାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe