୧୮ଘଣ୍ଟା ଧରି ପତ୍ନୀ ଓ ଝିଅକୁ ବନ୍ଧକ ରଖିବା ପରେ ଆତ୍ମହତ୍ୟା କଲେ ସିଆରପିଏଫ ଯବାନ

Advertisment
୧୮ଘଣ୍ଟା ଧରି ପତ୍ନୀ ଓ ଝିଅକୁ ବନ୍ଧକ ରଖିବା ପରେ ଆତ୍ମହତ୍ୟା କଲେ ସିଆରପିଏଫ ଯବାନ

news18

ଯୋଧପୁର: ଯୋଧପୁରରେ ପ୍ରାୟ ୧୮ ଘଣ୍ଟା ଧରି ନିଜ ପରିବାରକୁ ବନ୍ଧକ ରଖିବା ପରେ ଆତ୍ମହତ୍ୟା କଲେ ସିଆରପିଏଫ ଯବାନ। ଏଭଳି ଆତ୍ମହତ୍ୟା କରିବା ପଛର କାରଣ ଜଣାପଡ଼ିନଥିବା ବେଳେ ଘଟଣାଟି ସ୍ଥନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକଜଣକ ସିଆରପିଏଫ ଯବାନ ନରେଶ ଜାଟ ବୋଲି ଚିହ୍ନଟ କରାଯାଇଛି। ରହୁଥିବା କ୍ୱାର୍ଟରରେ ନରେଶ ଆତ୍ମହତ୍ୟା କରିଥିବା କୁହାଯାଉଛି।

ମିଳିଥିବା ସୂଚନା ମୁତାବକ, ରବିବାର ସନ୍ଧ୍ୟା ୫.୩୦ରେ ନରେଶ ତାଙ୍କ ପତ୍ନୀ ଓ ଝିଅକୁ ଘର ଭିତରେ ବନ୍ଦୀ କରି କ୍ୱାର୍ଟରର କବାଟ ବନ୍ଦ କରିଦେଇଥିଲେ। ଏହା ପରେ ସେ ନିଜ ବାଲକୋନୀକୁ ଆସି ୮ରାଉଣ୍ଡ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଗୁଳି ଶବ୍ଦ ଶୁଭିବା ପରେ ଏହାକୁ ନେଇ ସିଆରପିଏଫ ତାଲିମ କେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏନେଇ ନରେଶଙ୍କ ପରିବାରକୁ ଖବର ଦିଆଯିବା ପରେ ତାଙ୍କ ବାପା ୩ଥର ଫୋନ କରି ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ନରେଶ କିଛି ନବୁଝିବା ସହ କ୍ୱାର୍ଟରର କବାଟ ଖୋଲିନଥିଲେ। ଏହା ପରେ ସୋମବାର ଦିନ ପ୍ରାୟ ୧୧.୩୦ ସମୟରେ ନରେଶ ନିଜକୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ସିଆରପିଏଫ ଏବଂ ପୁଲିସ ପ୍ରଶାସନ ସମେତ ସେଠାରେ ଥିବା ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

ରାଜସ୍ଥାନର ପାଲି ଜିଲ୍ଲାରୁ ଆସିଥିବା ମୃତ ସିଆରପିଏଫ ଯବାନ ନରେଶ ଜାଟ କିଛି କଥାକୁ ନେଇ ଅସନ୍ତୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଛି। ଏହା ସହ ତାଙ୍କର ମାନସିକ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଭଲ ନଥିଲା ବୋଲି କୁହାଯାଉଛି। ତେବେ ତଦନ୍ତ ପରେ ନରେଶଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe