ନିଜ ଉପରକୁ ଗୁଳି ଚଳାଇଲେ ଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ନିଯୁକ୍ତ ‘ସିଆର୍‌ପିଏଫ୍’ ଯବାନ, ‘ଏମ୍‌ସ୍‌’ରେ ଭର୍ତ୍ତି

Advertisment
ନିଜ ଉପରକୁ ଗୁଳି ଚଳାଇଲେ ଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ନିଯୁକ୍ତ ‘ସିଆର୍‌ପିଏଫ୍’ ଯବାନ, ‘ଏମ୍‌ସ୍‌’ରେ ଭର୍ତ୍ତି

Representative Image Courtesy of India Today

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ନିଯୁକ୍ତ ଜଣେ ‘ସିଆର୍‌ପିଏଫ୍’ ଯବାନ ସୋମବାର ଦିନ ନିଜ ଉପରକୁ ଗୁଳି ଚଳାଇଛନ୍ତି। ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଛି।

ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ, ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଥିବା ପାକିସ୍ତାନ ହାଇକମିସନ୍ ନିକଟରେ ‘ସିଆର୍‌ପିଏଫ୍’ ଯବାନ ସିଟି ଡି ରାମ ବାବୁ ସର୍ଭିସ୍‌ ରାଇଫଲ୍‌ରେ ନିଜ ଉପରକୁ ଗୁଳି ଚଳାଇଥିଲେ। ଅପରାହ୍ଣ ପ୍ରାୟ ୩. ୩୦ରେ ଘଟଣାଟି ଘଟିଛି। ସେ ପାକିସ୍ତାନ ହାଇକମିସନ୍ ବାହାରେ ଡିୟୁଟି କରୁଥିଲେ।

ଦିଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେ‌ଳକୁ ତାଙ୍କୁ ତାଙ୍କର ସହକର୍ମୀମାନେ ‘ଏମ୍‌ସ୍‌’କୁ ନେଇଯାଇଥିଲେ। ସମ୍ପ୍ରତି ସେ ‘ଏମ୍‌ସ୍‌’ର ଟ୍ରମା ‌ସେଣ୍ଟର୍‌ରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe