ସୀମାନ୍ତରେ ସଡ଼କ ଦୁର୍ଘଟଣା: ୪ ମୃତ-ଆହତଙ୍କୁ ଉଦ୍ଧାର କଲେ ଯବାନ

Advertisment

ଛତିଶଗଡ଼ର ଦରଭା ଘାଟିରେ ଓଲଟିଲା ଟ୍ରକ। ଟ୍ରକରେ ୪୫ରୁ ଊର୍ଦ୍ଧ୍ବ ଯାତ୍ରୀ ବସିଥିଲେ। ପ୍ରତି ଶନିବାର ଦିନ ଚନ୍ଦାମେଟା ଗ୍ରାମରୁ ଲୋକେ କଲେଙ୍ଗ ସାପ୍ତାହିକ ହାଟକୁ ଏଭଳି ଟ୍ରକରେ ଲଦାଲଦି ହୋଇ ଯାଇଥାନ୍ତି। ଆଜି ମଧ୍ୟ ପ୍ରାୟ ୪୫ରୁ ଉର୍ଦ୍ଧ୍ବ ଲୋକ ଟ୍ରକରେ ବସି କଲେଙ୍ଗ ସାପ୍ତାହିକ ହାଟକୁ ଯାଉଥିଲେ।

Accident in Chhattisgarh

CRPF jawan rescued injured persons in Chhattisgarh Photograph: (Sambad )

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦରଭା ଘାଟିରେ ଓଲଟିଲା ଟ୍ରକ। ଟ୍ରକରେ ୪୫ରୁ ଊର୍ଦ୍ଧ୍ବ ଯାତ୍ରୀ ବସିଥିଲେ। ପ୍ରତି ଶନିବାର ଦିନ ଚନ୍ଦାମେଟା ଗ୍ରାମରୁ ଲୋକେ କଲେଙ୍ଗ ସାପ୍ତାହିକ ହାଟକୁ ଏଭଳି ଟ୍ରକରେ ଲଦାଲଦି ହୋଇ ଯାଇଥାନ୍ତି। ଆଜି ମଧ୍ୟ ପ୍ରାୟ ୪୫ରୁ ଉର୍ଦ୍ଧ୍ବ ଲୋକ ଟ୍ରକରେ ବସି କଲେଙ୍ଗ ସାପ୍ତାହିକ ହାଟକୁ ଯାଉଥିଲେ।

ତେବେ ଦରଭା ଘାଟିରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ରାସ୍ତାରୁ ତଳକୁ ଓଲଟି ପଡ଼ିଥିଲା। ଯାହାଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୩ ଜଣ ମହିଳା ଏବଂ ଜଣେ ପୁରୁଷ ବୋଲି ଜଣାପଡିଛି। ତେବେ ଯେଉଁଠି ଦୁର୍ଘଟଣା ଘଟିଲା ସେଠାରୁ ମାତ୍ର ଦେଢ କିଲୋମିଟର ଦୁରରେ ସିଆରପିଏଫ କ୍ୟାମ୍ପ ରହିଛି। ତୁରନ୍ତ ଖବର ପାଇ ସିଆରପିଏଫ ଯବାନ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନିଜର କ୍ୟାମ୍ପକୁ ନେଇ ଚିକିତ୍ସା କରାଇଥିଲେ।

ଘଟଣାସ୍ଥଳଟି ଅତି ଶୂନଶାନ ହୋଇଥିବା ବେଳେ ଏହି ଅଂଚଳ ନକ୍ସଲ ପ୍ରବଣ ଭାବେ ପରିଚିତ। ସ୍ଥାନଟି ବିପଦପୂର୍ଣ୍ଣ ଥିଲେ ମଧ୍ୟ ଯବାନ ଜୀବନକୁ ବାଜି ଲଗାଇ ଆହତମାନଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe