ପୁଲିସ-ମାଓବାଦୀ ଗୁଳି ବିନିମୟ: ସହିଦ୍ ହେଲେ ସିଆରପିଏଫ ଅଧିକାରୀ, ଜଣେ ଯବାନ ଗୁରୁତର

Advertisment
ପୁଲିସ-ମାଓବାଦୀ ଗୁଳି ବିନିମୟ: ସହିଦ୍ ହେଲେ ସିଆରପିଏଫ ଅଧିକାରୀ, ଜଣେ ଯବାନ ଗୁରୁତର

DNA India

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁରର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି।ଗତ କିଛି ଦିନ ହେଲା ନକ୍ସଲ ବିଜାପୁର ଜିଲ୍ଲାର ତାଣ୍ଡବ ମଚାଇଛନ୍ତି।ଛତିଶଗଡରେ ନକ୍ସଲ ଭୁମକାଲ ଦିବସ ପାଳନ କରୁଥିବା ବେଳେ ଏହି ଦିବସରେ ନକ୍ସଲ ହିଂସାତ୍ମକ ହୋଇପଡ, ଯାହାଦ୍ବାରା ସାଧାରଣ ଜନତା ଏବେ ଆତଙ୍କରେ ରହିଛନ୍ତି।ନକ୍ସଲଙ୍କ ଭୁମକାଲ ଦିବସକୁ ନେଇ ପୁଲିସ ସଜାଗ ରହିଥିବା ବେଳେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି।

ଆଜି ବାସାଗୁଡା ଥାନା ଅନ୍ତର୍ଗତ ଫୁତକେଲ ଜଂଗଲରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ପୂର୍ବରୁ ଆମ୍ବୁସ ଲଗାଇ ବସିଥିବା ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ।ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।ଦୀର୍ଘ ସମୟ ଧରି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।ସହିଦ ହୋଇଥିବା ଯବାନ ଜଣକ ହେଲେ ଏସ.ବି.ତୀର୍କି। ଯବାନଙ୍କ ଘର ଝାରଖଣ୍ଡ ବୋଲି ଜଣାପଡିଛି। ଗୁରୁତର ଯବାନଙ୍କୁ ତୁରନ୍ତ ହେଲିକେପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର  କରାଯାଇଥିବା କୁହାଯାଇଛି। ଏବେ ବି ଜୋରଦାର କୁମ୍ବିଂ ଚାଲିଥିବା ଏସପି କମଳଲୋଚନ କଶ୍ୟପ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe