ବିମାନ କମ୍ପାନି ପରେ ଏବେ ସିଆର୍‌ପିଏଫ୍‌ ସ୍କୁଲ୍‌ଗୁଡ଼ିକୁ ମିଳୁଛି ବୋମା ଧମକ

Advertisment

ଗତ କିଛି ଦିନ ମଧ୍ୟରେ ଭାରତୀୟ ବିମାନଗୁଡ଼ିକୁ ବୋମା ଧମକ ମିଳୁଥିବା କଥା ଆପଣ ଜାଣନ୍ତି। ନିକଟରେ ଦିଲ୍ଲୀର ଦୁଇଟି ଏବଂ ହାଇଦ୍ରାବାଦରେ ଗୋଟିଏ ସମେତ ଦେଶର ଅନେକ ସିଆର୍‌ପିଏଫ୍‌ ବିଦ୍ୟାଳୟକୁ ‌ବି ବୋମା ଧମକ ମିଳିଛି।

ଗତ କିଛି ଦିନ ମଧ୍ୟରେ ଭାରତୀୟ ବିମାନଗୁଡ଼ିକୁ ବୋମା ଧମକ ମିଳୁଥିବା କଥା ଆପଣ ଜାଣନ୍ତି। ନିକଟରେ ଦିଲ୍ଲୀର ଦୁଇଟି ଏବଂ ହାଇଦ୍ରାବାଦରେ ଗୋଟିଏ ସମେତ ଦେଶର ଅନେକ ସିଆର୍‌ପିଏଫ୍‌ ବିଦ୍ୟାଳୟକୁ ‌ବି ବୋମା ଧମକ ମିଳିଛି।

Bomb threat

ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ଭାରତୀୟ ବିମାନଗୁଡ଼ିକୁ ବୋମା ଧମକ ମିଳୁଥିବା କଥା ଆପଣ ଜାଣନ୍ତି। ନିକଟରେ ଦିଲ୍ଲୀର ଦୁଇଟି ଏବଂ ହାଇଦ୍ରାବାଦରେ ଗୋଟିଏ ସମେତ ଦେଶର ଅନେକ ସିଆର୍‌ପିଏଫ୍‌ ବିଦ୍ୟାଳୟକୁ ‌ବି ବୋମା ଧମକ ମିଳିଛି। ଗତ ଏକ ସପ୍ତାହ ମଧ୍ୟରେ ଅନେକ ଭାରତୀୟ ବିମାନ କମ୍ପାନି ୧୦୦ ରୁ ଅଧିକ ବୋମା ଧମକ ପାଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ ସୋମବାର ରାତିରେ ବିଦ୍ୟାଳୟ ପ୍ରଶାସନକୁ ଏକ ଇ-ମେଲ୍‌ ଜରିଆରେ ଏହି ଧମକ ଦିଆଯାଇଛି। ରୋହିଣୀର ପ୍ରଶାନ୍ତ ବିହାରରେ ଥିବା ସିଆର୍‌ପିଏଫ୍‌ ବିଦ୍ୟାଳୟ ବାହାରେ ଉଚ୍ଚ ତୀବ୍ରତା ବିଶିଷ୍ଟ ଏକ ବିସ୍ଫୋରଣ ଘଟି ନିକଟସ୍ଥ ଦୋକାନ ଏବଂ ଯାନବାହାନକୁ ନଷ୍ଟ କରି ଦେଇଥିଲା। ଏପରିକି ବିଲ୍ଡିଂର କାନ୍ଥରେ ଏକ ଛିଦ୍ର ମଧ୍ୟ କରିଥିଲା।

ତେବେ ଏହି ବିସ୍ଫୋରଣରେ କେହି ମୃତ କିମ୍ବା ଆହତ ହେବାର ଖବର ମିିଳିନାହିଁ। ହୋଇଥିବା ବିସ୍ଫୋରଣ ପାଇଁ ଖାଲିସ୍ତାନର ଏକ ଗୋଷ୍ଠୀ ଦାୟୀ ବୋଲି ସୋସିଆଲ୍‌ ମିଡିଆ ସାଇଟ୍‌ ଟେଲିଗ୍ରାମ୍‌ରେ ଏକ ପୋଷ୍ଟ୍‌ ହୋଇଥିଲା। ସେହି ପୋଷ୍ଟ୍‌କୁ ଭିତ୍ତି କରି ଦିଲ୍ଲୀ ପୁଲିସ ସୋସିଆଲ ମିଡିଆ ଆପକୁ ଯାଇ ଏ ସଂପର୍କରେ ‌ଅଧିକ ଖୋଳତାଡ ଆରମ୍ଭ କରିଛି। 

ଗତ ସପ୍ତାହରୁ ଘରୋଇ ଏବଂ ଆନ୍ତର୍ଜାତୀୟ ମାର୍ଗରେ କାର୍ଯ୍ୟ କରୁଥିବା ଅନେକ ଭାରତୀୟ ବିମାନ କମ୍ପାନିକୁ ବୋମା ଧମକ ମିଳିଛି। ଟାର୍ଗେଟେଡ୍ ଏୟାରଲାଇନ୍ସରେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ଭିସ୍ତାରା ଏବଂ ଆକାସା ଏୟାରଲାଇନ୍ସ ଅନ୍ତର୍ଭୁକ୍ତ।

ମଙ୍ଗଳବାର ଦିନ ୧୦ଟି ଇଣ୍ଡିଗୋ ବିମାନକୁ, ଅଧିକାଂଶ ଅନ୍ତର୍ଜାତୀୟ ମାର୍ଗରେ ଚାଲୁଥିବା ବେଳେ ବୋମା ଧମକ ମିଳିଥିଲା ​​ବୋଲି ଏୟାରଲାଇନ୍ସ ନିଶ୍ଚିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe