ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ଜଣେ ‘ସିଆର୍‌ପିଏଫ୍’ ଯବାନ ସହିଦ, ଅନ୍ୟ ତିନି ଜଣ ଯବାନ ଓ ଜଣେ ସାଧାରଣ ନାଗରିକ ଆହତ

Advertisment
ଜମ୍ମୁ ଓ କଶ୍ମୀରରେ  ଆତଙ୍କବାଦୀ ଆକ୍ରମଣ; ଜଣେ ‘ସିଆର୍‌ପିଏଫ୍’ ଯବାନ ସହିଦ, ଅନ୍ୟ ତିନି ଜଣ ଯବାନ ଓ ଜଣେ ସାଧାରଣ ନାଗରିକ ଆହତ

Image Courtesy of Hindustan Times

ଶ୍ରୀନଗର: ବାରମୂଳା ଜିଲ୍ଳାର ସାପୋର୍ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଆକ୍ରମଣ କାରଣରୁ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର (ସିଆର୍‌ପିଏଫ୍‌) ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ତିନିଜଣ ସିଆର୍ପିଏଫ୍ ଯବାନ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା କଥା ବୁଧବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

‘ସିଆର୍‌ପିଏଫ୍‌’ର ରାସ୍ତା ଖୋଲିବା ଦଳ ଜମ୍ମୁ ଓ କଶ୍ମୀର ପୁଲିସଙ୍କ ସହ ସାପୋରର ଆଦର୍ଶ ସହରରେ ଥିବା ରାଜପଥର ସାପୋର ବାଇ-ପାସ୍‌ରେ ଗୋଟାଏ ଚେକ୍‌ପୋଷ୍ଟ୍ ରଖୁଥିବା ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇ ଆକ୍ରମଣ କରିଥିଲେ।

publive-image Image Courtesy of India Today

ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଆକ୍ରମଣରେ ଆହତ ହୋଇଥିବା ସିଆର୍‌ପିଏଫ୍ ଯବାନମାନଙ୍କ ମଧ୍ୟରୁ ଦୁଇ ଗୁରୁତର ଆହତ ହୋଇଥିବା କଥା ପୁଲିସସୂତ୍ରରୁ ଜଣାପଡ଼ିଛି।

ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରାଯାଇ ତଲାସ ଅଭିଯାନ ଆରମ୍ଭ ହୋଇଛି। ଭାରତୀୟ ସେନା ଓ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe