ନୂଆଦିଲ୍ଲୀ: ପୁଲଵାମା ଆକ୍ରମଣରେ ସହିଦ ହୋଇଥିବା ୪୪ ଜଣ ଯବାନଙ୍କ ନକଲି ଦେହାବଶେଷ ଏବେ ବୀଭତ୍ସ ରୂପରେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି। ଦେଶ ପାଇଁ ପ୍ରାଣବଳି ଦେଇଥିବା ଯବାନଙ୍କ ପଛରେ ସାରା ଦେଶବାସୀ ଏକମନ ହୋଇ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତ ଏଭଳି ବିକୃତ ଅଙ୍ଗପ୍ରତ୍ୟଙ୍ଗର ଛବି ସୋସିଆଲ୍ ମିଡିଆରେ ଛାଡ଼ି ଲୋକଙ୍କ ମନରେ ଘୃଣାଭାବ ଜାଗ୍ରତ କରିବାର ଅପଚେଷ୍ଟା ଚଳାଇଛନ୍ତି। ତେବେ ଏହା କୌଣସି ସହିଦ ଯବାନଙ୍କର ଦେହାବଶେଶ ନୁହେଁ ବୋଲି ସିଆରପିଏଫ୍ ପକ୍ଷରୁ ଏହାର ଟ୍ବିଟରେ ସ୍ପଷ୍ଟ କରାଯାଇଛି। ଏଥି ସହିତ ଏଭଳି ଫଟୋକୁ ଆଉ କେହି ସେୟାର, ପୋଷ୍ଟ କି ଲାଇକ୍ ନକରିବା ପାଇଁ ମଧ୍ୟ କୁହାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଥିବା କଶ୍ମୀର ଛାତ୍ରଛାତ୍ରୀମାନଙ୍କୁ ନିର୍ଯାତନା ଦିଆଯାଉଥିବାରୁ ସେମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଖବର ମଧ୍ୟ ମିଛ ବୋଲି ସିଆରପିଏଫ୍ ପକ୍ଷରୁ କୁହାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us