ପଶ୍ଚିମବଙ୍ଗରେ ‘ବିଜେପି’ ସାଂସଦ ଅର୍ଜୁନ ସିଂହଙ୍କ ଘର ସାମ୍ନା ଦେଶୀ ବୋମା ବର୍ଷଣ: ଘଟଣାର ତଦନ୍ତ ଆରମ୍ଭ

Advertisment
ପଶ୍ଚିମବଙ୍ଗରେ ‘ବିଜେପି’ ସାଂସଦ ଅର୍ଜୁନ ସିଂହଙ୍କ ଘର ସାମ୍ନା ଦେଶୀ ବୋମା ବର୍ଷଣ: ଘଟଣାର ତଦନ୍ତ ଆରମ୍ଭ

Image Courtesy of India Today

କୋଲ୍‌କାତା: ନିରାପତ୍ତା ରକ୍ଷୀଙ୍କ ଉପସ୍ଥିତି ସତ୍ତ୍ବେ ଆଜି ସକାଳ ପ୍ରାୟ ୬ଟା ବେଳେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ଜଗଦ୍ଦଳସ୍ଥିତ ‘ବିଜେପି’ ସାଂସଦ ଅର୍ଜୁନ ସିଂହଙ୍କ ଘର ‘ମଜଦୁର ଭବନ’ ବାହାରେ ତିନୋଟି ଦେଶୀ ବୋମା ଫିଙ୍ଗାଯାଇଛି। ସେଥିରୁ ଗୋଟିଏ ବୋମା ଘରର ଗୋଟିଏ ପ୍ରବେଶ ଦ୍ବାରରେ ବାଜିଛି।

ଘଟଣା ଘଟିବା ସମୟରେ ସାଂସଦ ଅର୍ଜୁନ ସିଂହ ଦିଲ୍ଲୀରେ ଥିଲେ ବି ତାଙ୍କ ପରିବାରର ସଦସ୍ୟମାନେ ଘରେ ଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆମେ ଶୋଇଥିବା ବେଳେ ବୋମା ଫୁଟିବାର ଶବ୍ଦ ଶୁଣିଲୁ। ଘରୁ ବାହାରି ଆସି ଦେଖିଲୁ ଚାରିଆଡ଼େ ଧୂଆଁ ଉଠୁଛି। ୬ଟାରୁ ୬.୩୦ ମଧ୍ୟରେ ବୋମା ଫିଙ୍ଗାଯାଇଛି।

publive-image Image Courtesy of Scroll.in

ସାଂସଦ ଅର୍ଜୁନ ସିଂହଙ୍କ ଘର ସାମ୍ନାରେ ବୋମା ଫିଙ୍ଗା ଯିବା ଘଟଣାରେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼ ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସନ୍ଦେହ କରିଛନ୍ତି। ସେ କହିଛନ୍ତି ଯେ, ଏହା ‘ବିଜେପି’ ସାଂସଦଙ୍କ ଘର ଆଗରେ ବୋମା ଫିଙ୍ଗାଯିବାର ପ୍ରଥମ ଘଟଣା ନୁହେଁ।

ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ଅପରାଧୀମାନଙ୍କୁ ଚିହ୍ନଟ କରିବା ଏବଂ ଆକ୍ରମଣର କାରଣ ସମ୍ବନ୍ଧରେ ଜାଣିବା ଲାଗି ‘ସିସିଟିଭି ଫୁଟେଜ୍‌’ ଯାଞ୍ଚ କରାଯାଉଛି।

ଏହି ଆକ୍ରମଣ ଯୋଗୁଁ ‘ବିଜେପି’ ମଧ୍ୟ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ଘଟଣାର ‘ଏନ୍‌ଆଇଏ’ ତଦନ୍ତ ପାଇଁ ଦାର୍ଜିଲିଙ୍ଗ୍‌ ସାଂସଦ ରାଜୁ ବିସ୍ତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe