Advertisment

୫ଦିନରେ ୬ପ୍ରତିଶତ ମହଙ୍ଗା ହେଲା ଅଶୋଧିତ ତୈଳ: ପେଟ୍ରୋଲ,ଡିଜେଲ ବଢ଼ିବା ଆଶଙ୍କା

Advertisment

ଅନ୍ତର୍ଜାତୀୟ ବଜାରରେ ଗତ ୫ଦିନ ମଧ୍ୟରେ ଅଶୋଧିତ ତୈଳ ଦର ୬ ପ୍ରତିଶତ ବୃଦ୍ଧି ପାଇଛି। ଯାହା ଗତ ତିନି ସପ୍ତାହ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ରହିଛି। ଏହାର ପ୍ରଭାବ ଏବେ ଭାରତ ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି...

Updated On

ଅନ୍ତର୍ଜାତୀୟ ବଜାରରେ ଗତ ୫ଦିନ ମଧ୍ୟରେ ଅଶୋଧିତ ତୈଳ ଦର ୬ ପ୍ରତିଶତ ବୃଦ୍ଧି ପାଇଛି। ଯାହା ଗତ ତିନି ସପ୍ତାହ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ରହିଛି। ଏହାର ପ୍ରଭାବ ଏବେ ଭାରତ ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି...

ଅଦ୍ୟତନ ହୋଇଛି
WhatsApp Image 2024-12-15 at 2.36.39 PM

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବର୍ତ୍ତମାନ ବାହ୍ୟ ଜଗତ ଉପରେ ପଡ଼ିବା ଆରମ୍ଭ କରିଛି।  ଏହାଦ୍ୱାରା ଭାରତ ମଧ୍ୟ  ପ୍ରଭାବିତ ହେବାର ଆଶଙ୍କା ରହିଛି। ରୁଷ ଏବଂ ଇରାନ ଉପରେ ୟୁଏଇର ପ୍ରତିବନ୍ଧକ ଯୋଗୁ ଅଶୋଧିତ ତୈଳର ଯୋଗାଣରେ ବାଧା ସୃଷ୍ଟି ହୋଇଛି। ଏହି କାରଣରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଅଭାବ ଦେଖାଦେଇଛି।

ଏହ‌ାଯୋଗୁ ଗତ ପାଞ୍ଚ ଦିନ ମଧ୍ୟରେ ଅଶୋଧିତ ତେଲର ଦର ୬ ପ୍ରତିଶତ ବୃଦ୍ଧି ପାଇଛି। ଯାହା ଗତ ତିନି ସପ୍ତାହ ମଧ୍ୟରେ ସର୍ବୋଚ୍ଚସ୍ତର ଅଟେ। ଯଦି ସମାନ ପରିସ୍ଥିତି ଜାରି ରହେ ଏବଂ ଅଶୋଧିତ ତୈଳର ଦର ଅନ୍ତର୍ଜାତୀୟ ବଜାରରେ ନ କମେ, ତେବେ ପେଟ୍ରୋଲ ଏବଂ ଡିଜେଲ ମଧ୍ୟ ଭାରତରେ ମହଙ୍ଗା ହୋଇପାରେ। ଏହି କାରଣରୁ ସାଧାରଣ ଲୋକଙ୍କୁ ମଧ୍ୟ ମୁଦ୍ରାସ୍ଫୀତିର ସାମ୍ନା କରିବାକୁ ପଡିପାରେ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

ଗୋଟିଏ ପଟେ ଅଶୋଧିତ ତୈଳ ଯୋଗାଣ ହ୍ରାସ ଏବଂ ଅନ୍ୟ ପଟେ ଆମେରିକାର ସୁଧ ହାର ହ୍ରାସ ଯୋଗୁ ଅଶୋଧିତ ତୈଳ କ୍ରୟ ଦର ବୃଦ୍ଧି ପାଇଛି। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ଚୈଳ ଦର ବୃଦ୍ଧି ପାଇଛି। ବିଶ୍ୱ ଫେଡେରାଲ୍ ରିଜର୍ଭ ଦ୍ୱାରା ଅଶୋଧିତ ତୈଳର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି।

ଏହି କାରଣରୁ, ବ୍ରେଣ୍ଟ  ୧.୦୮ ଡଲାର ତଥା ୧.୫ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୭୪.୪୯  ଡଲାରରେ ପହଞ୍ଚିଛି। ଆମେରିକାର ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ(ଡବ୍ଲୁଟିଆଇ) ଅଶୋଧିତ ମୂଲ୍ୟ ୧.୨୭ ଡଲାର ତଥା ୧.୮ ପ୍ରତିଶତ ବୃଦ୍ଧି ହୋଇ ୭୧.୨୯  ଡଲାରରେ ପହଞ୍ଚିଛି। ଗତ ତିନି ସପ୍ତାହ ମଧ୍ୟରେ ଅଶୋଧିତ ତ‌ୈଳର ଏହା ସର୍ବାଧିକ ସ୍ତର ରହିଛି।

ଏଥି ସହିତ, ଡବ୍ଲୁଟିଆଇ ସୋମବାରରୁ ଶୁକ୍ରବାର ଅର୍ଥାତ୍ ପାଞ୍ଚ ଦିନ ମଧ୍ୟରେ ଅଶୋଧିତ ତୈଳରେ ୬ ପ୍ରତିଶତ ବୃଦ୍ଧି ପଞ୍ଜିକରଣ କରିଛି। ନଭେମ୍ବର ୭ଠାରୁ ଏହା ଗତ ଶୁକ୍ରବାର ଦିନ ସର୍ବୋଚ୍ଚସ୍ତରରେ ବନ୍ଦ ହୋଇଯାଇଥିଲା। ଭାରତୀୟ ବଜାରରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ(ଏମସିଏକ୍ସ) ଉପରେ ଅଶୋଧିତ ତୈଳ ଦର ୧.୧ ପ୍ରତିଶତ ବୃଦ୍ଧି ହୋଇ ବ୍ୟାରେଲ ପିଛା ୬,୦୪୪  ଟଙ୍କା ବନ୍ଦ ହୋଇଛି।

ଅଧିକ ପଢ଼ନ୍ତୁ: ସିରିଆ ପରେ ଏହି ଇସଲାମିକ ଦେଶ ରାଜାଙ୍କ ଉପରେ ବିପଦ: ଇସ୍ରାଏଲର ଚିନ୍ତା ବଢ଼ିଲା

ବଜାର ବିଶେଷଜ୍ଞମାନଙ୍କ ଅନୁସାରେ ଅଶୋଧିତ ତୈଳ ମୂଲ୍ୟ ଆହୁରି ବୃଦ୍ଧି ପାଇବ। ଚାଇନାର ତଥ୍ୟ ଦର୍ଶାଉଛି ଯେ ବିଶ୍ୱର ବୃହତ୍ତମ ଆମଦାନୀକାରୀ ଚୀନ୍ ଠାରୁ ଅଶୋଧିତ ତୈଳ ଆମଦାନୀ ନଭେମ୍ବରରେ ବାର୍ଷିକ ସାତ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବୃଦ୍ଧି ପାଇଛି।

୨୦୨୫ ଆରମ୍ଭ ପର୍ଯ୍ୟନ୍ତ ଏହା ଏକ ଉଚ୍ଚ ସ୍ତରରେ ରହିବ। ୟୁରୋପୀୟ ସଂଘ ମଧ୍ୟ ରୁଷ ବିରୋଧରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇବାକୁ ରାଜି ହୋଇଛି। ଆମେରିକା ମଧ୍ୟ ଏହିପରି ଅନେକ ପଦକ୍ଷେପ ଉପରେ ବିଚାର କରୁଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି। 

ଅଧିକ ପଢ଼ନ୍ତୁ: ସିରିଆକୁ ନେଇ ଜୋର୍ଡାନ ସହିତ ଇସ୍ରାଏଲର ଗୁପ୍ତ ବୈଠକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe