ବର୍ବରତା: ଗଣଦୁଷ୍କର୍ମରେ ବିଫଳ ହୋଇ କଲେଜ ଛାତ୍ରୀଙ୍କୁ ଜାଳିଦେଲେ

Advertisment
ବର୍ବରତା: ଗଣଦୁଷ୍କର୍ମରେ ବିଫଳ ହୋଇ କଲେଜ ଛାତ୍ରୀଙ୍କୁ ଜାଳିଦେଲେ

Times of India

ଶାହଜାହାନପୁର (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ଶାହଜାହାନପୁର ଅନ୍ତର୍ଗତ ରାଇଖେଦା ଗାଁରେ ଜଣେ କଲେଜ ଛାତ୍ରୀଙ୍କୁ ତିନି ଜଣ କାମାନ୍ଧ ପୁରୁଷ ଗଣଦୁଷ୍କର୍ମ କରିନପାରି ଶେଷରେ ତାଙ୍କୁ ଜାଳିଦେବା ଘଟଣା ଆଲୋଡ଼ନ ଆଣିଦେଇଛି। ସୂଚନାନୁଯାୟୀ, ସୋମବାର ପୀଡ଼ିତା ଛାତ୍ରୀ ଜଣକ ଦରଜଳା ଅବସ୍ଥାରେ ବିବସନା ହୋଇ ଜାତୀୟ ରାଜପଥ କଡ଼ରେ ପଡ଼ିଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରିବା ପରେ ନିକଟ କ୍ଷେତରେ ତାଙ୍କ ପ୍ରତି ଗଣଦୁଷ୍କର୍ମ ଉଦ୍ୟମ ହୋଇଥିବା ସେ କହିଥିଲେ। ତେବେ ଏଥିରେ ବିଫଳ ହେବା ପରେ ଦୁର୍ବୃତ୍ତମାନେ ତାଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ।

ସ୍ନାତକ ଦ୍ବିତୀୟ ବର୍ଷର ଉକ୍ତ ଛାତ୍ରୀଙ୍କୁ ପ୍ରଥମେ ଜିଲ୍ଲା ଡାକ୍ତରଖାନା ଓ ପରେ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି। ପୀଡ଼ିତାଙ୍କ ବୟାନ ଓ ସେ ରହୁଥିବା ଛାତ୍ରୀନିବାସର ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ କୌଣସି ଅପରାଧୀ ଧରାପଡ଼ିନାହାନ୍ତି। ଅପରପକ୍ଷେ, ଶରୀରର ପ୍ରାୟ ୭୨ ପ୍ରତିଶତ ପୋଡ଼ିଯାଇଥିବା ସଂପୃକ୍ତ ଛାତ୍ରୀଙ୍କର ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଜନ ଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe