କେରଳ ପରେ ହିମାଚଳରେ ବର୍ବରତା, ଗର୍ଭିଣୀ ଗାଈକୁ ଅଟାଗୁଳାରେ ବାଣ ଖୁଆଇଦେଲେ

Advertisment
କେରଳ ପରେ ହିମାଚଳରେ ବର୍ବରତା, ଗର୍ଭିଣୀ ଗାଈକୁ ଅଟାଗୁଳାରେ ବାଣ ଖୁଆଇଦେଲେ

Asianet Newsable

ବିଳାସପୁର: କେରଳ ପରେ ହିମାଚଳପ୍ରଦେଶର ବିଳାସପୁର ଜିଲ୍ଲାରେ ପୁଣି ଏକ ବର୍ବରତ‌ା ଦେଖିବାକୁ ମିଳିଛି। ଏକ ଗର୍ଭିଣୀ ଗାଈକୁ ଅଟାଗୁଳାରେ ବାଣ ଖୁଆଇ ଦିଆଯାଇଛି। ଫଳରେ ଗାଈଟିର ପାଟିରେ ଗଭୀର ଆଘାତ ଲାଗିଛି। ଗାଈର ଦାନ୍ତ ଏବଂ ମାଢ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗାଈଟି କିଛି ଖାଇପାରୁନଥିବା ବେଳେ କଷ୍ଟରେ ଛଟପଟ ହେଉଛି। ଗତ ୧୦ ଦିନ ତଳୁ ଏହି ଘଟଣା ଘଟିଥିଲେ ମଧ୍ୟ ଏବେ ଏହା ଲୋକଲୋଚନକୁ ଆସିଛି ଏବଂ ପୁଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଛି।

ଗାଈଟିର ଭିଡିଓ ଏବେ ସୋ‌ସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଗାଈର ମାଲିକ ଗୁରଡିଆଲ୍‌ ସିଂହ ଉକ୍ତ ମାମଲାରେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଛନ୍ତି। ଗୁରଡିଆଲ କହିଛନ୍ତି, ତାଙ୍କ ଗାଈ ଏକ ପଡ଼ିଆରେ ଚରୁଥିବା ‌ବେ‌ଳେ ତାକୁ ବାଣ ଖୁଆଇ ଦିଆଯାଇଛି। ତାଙ୍କର ଜଣେ ପଡ଼ୋଶୀ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କାର୍ଯ୍ୟ କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ସୋସିଆଲ୍‌ ମିଡିଆରେ ଗାଈର ଭିଡିଓ ଭାଇରାଲ୍‌ ହେବାପରେ ପୁଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଛି ଏବଂ ଘଟଣାରେ ତଦନ୍ତ ଆରମ୍ଭ କରିଦେଇଛି। ଉଲ୍ଲେଖଯୋଗ୍ୟ କେରଳର ପଲାକ୍କଡ଼ରେ ଏକ ଗର୍ଭିଣୀ ହାତୀକୁ ସପୁରୀରେ ବାଣ ଖୁଆଇ ହତ୍ୟା କରିବା ଘଟଣା ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ପୁଣିଥରେ ହିମାଚଳରେ ସମାନ ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe