Image Courtesy of DNA India
ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଶୁକ୍ରବାର ମିଳିତ ସିଏସ୍ଆଇଆର-ୟୁଜିସି-ନେଟ୍ ପରୀକ୍ଷା ଜୁନ୍-୨୦୨୪କୁ ସ୍ଥଗିତ ରଖିବାକୁ ଘୋଷଣା କରିଛି। ଏହି ପରୀକ୍ଷା ଜୁନ୍ ୨୫ରୁ ଜୁନ୍ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ମଧ୍ୟ ଏହି ପରୀକ୍ଷା ଆୟୋଜନ କରାଯାଏ । ଲଜିଷ୍ଟିକ୍ କାରଣରୁ ପରୀକ୍ଷାକୁ ସ୍ଥଗିତ ରଖାଯାଉଛି ଓ ଖୁବଶୀଘ୍ର ୱେବସାଇଟରେ ନୂଆ ତାରିଖ ଘୋଷଣା କରାଯିବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି।
ଏନଟିଏ ଦ୍ୱାରା ଜାରି ସର୍କୁଲାରରେ କୁହାଯାଇଛି ଯେ ଅନିବାର୍ଯ୍ୟ ପରିସ୍ଥିତି ଏବଂ ଲଜିଷ୍ଟିକ୍ ସମସ୍ୟା କାରଣରୁ ଜୁନ୍ ୨୫ରୁ ୨୭ ମଧ୍ୟରେ ହେବାକୁ ଥିବା ମିଳିତ ସିଏସଆଇଆର ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ପରୀକ୍ଷା ତାରିଖ ଖୁବଶୀଘ୍ର ଅଫିସିଆଲ୍ ୱେବସାଇଟ୍ - csirnet.nta.ac.in ଜରିଆରେ ଘୋଷଣା କରାଯିବ।
ଲଜିଷ୍ଟିକ କାରଣରୁ ଏହି ପରୀକ୍ଷା ବାତିଲ କରାଯାଇଥିବା ଏନଟିଏ କହିଥିଲେ ବି ଦେଶରେ ନିଟ୍-ୟୁଜି ଓ ୟୁଜିସି ନେଟ ପରୀକ୍ଷା ବାତିଲକୁ ନେଇ ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ଏହାକୁ ଗୁରୁତ୍ବ ଦିଆଯାଉଛି । ଏନଟିଏ ଦ୍ବାରା ଆଉ ଏକ ପରୀକ୍ଷା ବାତିଲ କରାଯିବା ଦ୍ବାରା ଏହି ବିବାଦ ଆହୁରି ବଢିବାର ସମ୍ଭାବନା ରହିଛି । ଜୁନ ୨୪ରୁ ଲୋକସଭା ଅଧିବେଶନ ଆରମ୍ଭ ହେଉଥିବାବେଳେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ବଡ଼ ପ୍ରସଙ୍ଗ ଲାଗିଯାଇଛି ।
Follow Us