ଆଇପିଏଲ ସମୟରେ ବାପାଙ୍କୁ ହରାଇଲେ କ୍ରିକେଟର: ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ଖେଳାଳି

ଚେନ୍ନାଇ ସୁପର କିଙ୍ଗସ୍ ସୋସିଆଲ ମିଡିଆରେ କନୱେଙ୍କ ବାପାଙ୍କ ଦେହାନ୍ତ ଖବର ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କ୍ୟାପସନରେ ଲେଖିଛି,‘ ଏହି କଷ୍ଟକର ସମୟରେ ଆମେ ତାଙ୍କ ଏବଂ ତାଙ୍କ ପରିବାର ସହିତ ଛିଡ଼ା ହୋଇଛୁ।’

grdety

ନୂଆଦିଲ୍ଲୀ: ରବିବାର ଅନୁଷ୍ଠିତ ଆଇପିଏଲର ୩୮ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗସ୍‌କୁ ୯ ୱିକେଟ୍‌ରେ ପରାସ୍ତ କରିଛି। 

ଏହି ମ୍ୟାଚ୍‌ରେ ଯେତେବେଳେ ଏମ୍‌ଏସ୍ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ହାତରେ କଳା ପଟି ପିନ୍ଧି ପଡ଼ିଆକୁ ପ୍ରବେଶ କରିଥିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ହାତରେ କଳାପଟି ପିନ୍ଧିଲେ ତାହା ଶ୍ରଦ୍ଧାଞ୍ଜଳିର ସଙ୍କେତ ହୋଇଥାଏ। ତେବେ ଖେଳାଳିଙ୍କ ହାତରେ କଳାପଟି ଦେଖି ଦର୍ଶକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା କି କାହାକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।  

ମ୍ୟାଚ୍ ଶେଷ ହେବା ପରେ ଜଣାପଡିଲା ଯେ ଆଇପିଏଲ ମ୍ୟାଚ ସମୟରେ ଚେନ୍ନାଇ ସୁପର କିଙ୍ଗସ୍ ଦଳର ଖେଳାଳି ଡେଭନ୍ କନୱେଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଛି।

ନ୍ୟୁଜିଲାଣ୍ଡର ଖେଳାଳି ଡେଭନ୍ କନୱେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚାଲିଥିବା ମ୍ୟାଚରେ ଖେଳୁ ନଥିଲେ। ତେଣୁ କନୱେ ବାପାଙ୍କ ମୃତ୍ୟୁ ଖବର ପାଇବା ପରେ ଘରକୁ ଫେରିଯିବାର ସମ୍ଭାବନା ରହିଛି। ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟ ସୋସିଆଲ ମିଡିଆରେ କନୱେଙ୍କ ବାପାଙ୍କ ଦେହାନ୍ତ ଖବର ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କ୍ୟାପସନରେ ଲେଖିଛି,‘ ଏହି କଷ୍ଟକର ସମୟରେ ଆମେ ତାଙ୍କ ଏବଂ ତାଙ୍କ ପରିବାର ସହିତ ଛିଡ଼ା ହୋଇଛୁ।’

ଡେଭନ୍ କନୱେ ଆଇପିଏଲରେ ମୋଟ ୩ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ମୋଟ ୯୪ ରନ୍ କରିଥିଲେ। ସେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୬୯ ରନର ଏକ ଇନିଂସ ଖେଳିଥିଲେ। କିନ୍ତୁ ଏହି ମ୍ୟାଚରେ ସିଏସକେ ମାତ୍ର ୧୮ ରନରେ ହାରିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe