ଚେନ୍ନାଇ: ଆଇପିଏଲ ୨୦୨୫ର ୪୯ତମ ମ୍ୟାଚ୍  ଚେନ୍ନାଇ ସୁପର କିଙ୍ଗସ୍(ସିଏସ୍‌କେ) ଏବଂ ପଞ୍ଜାବ କିଙ୍ଗସ୍(ପିବିକେଏସ୍) ଦଳ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ ଏମଏ ଚିଦାମ୍ବରମ ଷ୍ଟାଡିୟମ ଅର୍ଥାତ୍ ଚେପକରେ ଖେଳାଯାଉଛି। ମ୍ୟାଚ୍‌ରେ ପଞ୍ଜାବ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଚେନ୍ନାଇ ସୁପର କିଙ୍ଗସ୍  ବ୍ୟଟିଂ ଆରମ୍ଭ କରିଥିଲା। 

Advertisment

ଚେନ୍ନାଇ ସୁପର କିଙ୍ଗସ୍  ୧୯.୨ ଓଭରରେ ଅଲ୍ ଆଉଟ୍ ହୋଇ ୧୯୦ ରନ୍ କରିଛି। ଫଳରେ ପଞ୍ଜାବ ପାଇଁ ବିଜୟ ଲକ୍ଷ୍ୟ ୧୯୧ ରନ୍ ରହିଛି।

ଅଧିକ ପଢ଼ନ୍ତୁ: ମୋଦୀ ରାହୁଲଙ୍କ ହାତରୁ ଛଡ଼ାଇ ନେଲେ ସବୁଠାରୁ ବଡ଼ ପ୍ରସଙ୍ଗ: ବିହାର ନିର୍ବାଚନ ପୂର୍ବରୁ ଜାତିଗତ ଜନଗଣନାକୁ ମଞ୍ଜୁରୀ

ଚେନ୍ନାଇ ସୁପର କିଙ୍ଗସ୍  ପକ୍ଷରୁ ଶେଖ୍ ରସିଦ୍ ୧୧ ରନ୍ କରିଥିବାବେଳେ ଆୟୁସ ମାତରେ ୭ ରନ୍ କରିଥିଲେ। ସାମ୍ କୁରେନ ୮୮ ରନ୍, ରବିନ୍ଦ୍ର ଜା‌ଡେଜା ୧୭ ରନ୍, ଡେୱାଲାଡ ବ୍ରେଭିସ୍ ୩୨ ରନ୍, ଶୁଭମ୍ ଦୁବେ ରନ୍, ଏମଏସ ଧୋନି ୧୧ ରନ୍  କରିଥିଲେ।

ସେହିପରି ପଞ୍ଜାବ ପକ୍ଷରୁ ଆକାଶଦୀପ୍ ୨ଟି, ମାକୋ ଜାନସେନ ୨ଟି, ଅଜମତୁଲ୍ଲା ଓମରଜାଇ ଗୋଟିଏ, ହରପ୍ରୀତ୍ ବ୍ରାର ଗୋଟିଏ ଏବଂ ୟୁଜବେନ୍ଦ୍ର ଚହଲ ୪ଟି ୱିକେଟ ନେଇଥିଲେ।

ଅଧିକ ପଢ଼ନ୍ତୁ: ଦ୍ରୌପଦୀ ମୁର୍ମୁଙ୍କଠାରୁ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରି ଫେରୁଥିବା ସମୟରେ ଆହତ ହେଲେ ଅଜିତ

Indian Premier League 2025