Pearson International Schools
ନୂଆଦିଲ୍ଲୀ : ଦେଶରେ କରେନ୍ସି ସର୍କୁଲେସନ (ଅର୍ଥନୀତିରେ ପ୍ରଚଳନରେ ଥିବା ମୁଦ୍ରାରାଶି) ଅଭିବୃଦ୍ଧିରେ ମନ୍ଥରତା ପରିଲକ୍ଷିତ ହୋଇଛି। ଗତ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ ଦେଶରେ ଚଳାଚଳରେ ଥିବା ମୁଦ୍ରାରାଶିରେ ୯୨,୮୦୦ କୋଟି ଟଙ୍କା ବୃଦ୍ଧି ଘଟିଥିଲା। କିନ୍ତୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରିମାସରେ ଏଥିରେ ଏହାର ପ୍ରାୟ ଅଧା ଅର୍ଥାତ୍ ୫୦,୮୦୦ କୋଟି ଟଙ୍କାର ବୃଦ୍ଧି ହୋଇଛି।
ଅର୍ଥନୀତିରେ ପ୍ରଚଳନରେ ଥିବା ମୁଦ୍ରାରାଶି ୨୦୨୦-୨୧ ଆର୍ଥିକ ବର୍ଷରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବୃଦ୍ଧି ପାଇଥିଲା। କିନ୍ତୁ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୨.୮୦ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଚଳିତ ଆର୍ଥିକ ବର୍ଷ ଏହା ଆହୁରି କମିବ ବୋଲି ଅନୁମାନ କରାଯାଉଛି। ଚଳିତବର୍ଷ ସେଭଳି କୌଣସି ବଡ଼ ଧରଣର ନିର୍ବାଚନ ନାହିଁ। ତେଣୁ ଚଳିତ ଆର୍ଥିକ ବର୍ଷରେ ଏଥିରେ ପାଖାପାଖି ୨ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିପାରେ। ଅନ୍ୟପକ୍ଷରେ ଦେଶର ବ୍ୟାଙ୍କଗୁଡ଼ିକ ନିକଟରେ ଏବେ ପାଖାପାଖି ୨ ଲକ୍ଷ କୋଟି ଟଙ୍କାର ବଳକା ନଗଦ ରାଶି ରହିଛି। ଚଳିତ ସପ୍ତାହ ଶେଷ ସୁଦ୍ଧା ଉକ୍ତ ରାଶି ଦେଢ଼ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇପାରେ ବୋଲି କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ପୂର୍ବାନୁମାନ କରିଛି। ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ରିପୋର୍ଟ ଘୋଷଣା ପରେ ଅବଶ୍ୟ ଏହା ଉପରେ ପ୍ରଭାବ ଅଧିକ ସ୍ପଷ୍ଟ ହେବ।
Follow Us