WebMD
ନୂଆଦିଲ୍ଲୀ: ବର୍ତ୍ତମାନର କୋଭିଡ କଟକଣା ନୂଆ ଷ୍ଟ୍ରେନର ମୁକାବିଲା ପାଇଁ ଯଥେଷ୍ଟ। ଏ ନେଇ ସ୍ପଷ୍ଟ କରିଛନ୍ତି ବିଶେଷଜ୍ଞ। ବ୍ରିଟେନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ ସଂକ୍ରମଣ ଏବେ ପୁଣି ଥରେ ବିଶ୍ବବାସୀଙ୍କୁ ଚିନ୍ତାରେ ପକାଇଛି। ସଂକ୍ରମଣ ଧୀରେ ଧୀରେ ଅନ୍ୟ ଦେଶକୁ ବ୍ୟାପୁଥିବା ବେଳେ ଏପର୍ଯ୍ୟନ୍ତ ୪୦ଟି ଦେଶ ବ୍ରିଟେନକୁ ବିମାନ ଚଳାଚଳ ଉପରେ ରୋକ ଲଗାଇ ସାରିଛନ୍ତି। ପୂର୍ବ କରୋନା ଭୂତାଣୁ ଅପେକ୍ଷା ଏବେ ଆସିଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ ୭୦ପ୍ରତିଶତ ସଂକ୍ରାମକ ହୋଇ ଜଣାପଡ଼ିଥିବା ବେଳେ ଏହା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।
The New York Timesତେବେ ଏ ମଧ୍ୟରେ ବର୍ତ୍ତମାନର କୋଭିଡ କଟକଣା ନୂଆ ଷ୍ଟ୍ରେନର ମୁକାବିଲା ପାଇଁ ଯଥେଷ୍ଟ ବୋଲି କହିଛନ୍ତି ବିଶେଷଜ୍ଞ। ମାର୍ଚ୍ଚ ମାସରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ସରକାର ଯେଉଁ ସବୁ କଟକଣା ଲଗାଇଥିଲେ, ତାହାକୁ ଯଦି ଲୋକମାନେ ମାନିବେ, ତେବେ ନୂଆ ଷ୍ଟ୍ରେନର ସଂକ୍ରମଣକୁ ରୋକାଯାଇ ପାରିବ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରି ଲୋକେ କରୋନା ଭୂତାଣୁର ନୂଆ ଷ୍ଟ୍ରେନକୁ ହରାଇବାରେ ସମର୍ଥ ହେବେ ବୋଲି କହିବା ସହ ଗୁଜବ ଉପରେ ବିଶ୍ବାସ ନକରି ସତର୍କ ରହିବା ପାଇଁ କହିଛନ୍ତି ପି.ଡି ହିନ୍ଦୁଜା ହସ୍ପିଟାଲ ଏବଂ ଏମଆରସିର ଡାକ୍ତର ଲାନସେଲଟ୍ ପିଣ୍ଟୋ।
Follow Us