ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାରରେ ପଡ଼ିଲା ଯବନିକା; ୧୩ ରାଜ୍ୟର ୯୭ ଲୋକସଭା ଆସନ ପାଇଁ ମତ ଗ୍ରହଣ ୧୮ରେ

Advertisment
ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାରରେ ପଡ଼ିଲା ଯବନିକା; ୧୩ ରାଜ୍ୟର ୯୭ ଲୋକସଭା ଆସନ ପାଇଁ ମତ ଗ୍ରହଣ ୧୮ରେ

India News

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ଭୋଟ ଗ୍ରହଣ ପାଇଁ ଆଜି ଅପରାହ୍ଣରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଅନ୍ତର୍ଗତ ୯୭ଟି ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ।

ଦ୍ୱିତୀୟ ପର୍ଯ୍ୟାୟରେ ତାମିଲନାଡ଼ୁରେ ସର୍ବାଧିକ ୩୯ଟି ଆସନ ପାଇଁ ମତଗ୍ରହଣ କରାଯିବାକୁ ଥିବାବେଳେ ତ୍ରିପୁରା, ପୁଡ଼ୁଚେରି ଓ ମଣିପୁରରେ ଗୋଟିଏ ଲେଖାଁଏ; ଆସାମ, ବିହାର ଓ ଓଡ଼ିଶାରେ ପାଞ୍ଚଟି ଲେଖାଁଏ; ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ତିନିଟି ଲେଖାଁଏ; କର୍ଣ୍ଣାଟକରେ ୧୪ଟି; ମହାରାଷ୍ଟ୍ରରେ ୧୦ଟି, ଉତ୍ତରପ୍ରଦେଶରେ ୮ଟି ଓ ଜମ୍ମୁ- କଶ୍ମୀରରେ ୨ଟି ଲୋକସଭା ଆସନ ପାଇଁ ମତ ଗ୍ରହଣ କରାଯିବ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ୧୧ ତାରିଖରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୯୧ଟି ଲୋକସଭା ଆସନ ପାଇଁ ମତଗ୍ରହଣ କରା ଯାଇଥିଲା। ଚଳିତ ୨୦୧୯ ଲୋକସଭା ନିର୍ବାଚନର ମତଗ୍ରହଣକୁ ୭ଟି ପର୍ଯ୍ୟାୟରେ ଶେଷ କରିବା ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe