କୋଲକାତା: ‘କଟ୍-ମନି’ ଦୁର୍ନୀତିକୁ ନେଇ ଏବେ ପଶ୍ଚିମବଂଗ ସରକାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ମିଳିବାକୁ ଥିବା ଅର୍ଥରୁ ସିଧାସଳଖ ଅଫିସର ଏବଂ ଟିଏମ୍ସି ନେତାମାନେ କିଛି ଅର୍ଥ ନେଇଯାଉଥିଲେ । ଏହା ‘କଟ୍-ମନି’ ଭାବେ ଚର୍ଚ୍ଚାରେ ରହିଥିବା ବେଳେ ସରକାରୀ ସୁବିଧା ଉପଲବ୍ଧ କରାଇବାକୁ ହେଉଥିବା ଖର୍ଚ୍ଚ ବାବଦରେ ସେମାନେ ଏଭଳି କରୁଥିବା ଦର୍ଶାଇ ଅର୍ଥ ଆତ୍ମସାତ କରୁଥିଲେ। ଏବେ ଏହାକୁ ବିରୋଧ କରି ଲୋକେ ରାସ୍ତାକୁ ଓହ୍ଲାଇବାରୁ ଟିଏମ୍ସି ସରକାରର ସଙ୍କଟ ବଢ଼ିଯାଇଛି। ଏହି ମାମଲାରେ ଲୋକଙ୍କ ଅଭିଯୋଗ ଆଧାରରେ ଅର୍ଥ ଆତ୍ମସାତ କରିଥିବା ଲୋକଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ପାଇଁ ପୁଲିସ ଅଧିକାରୀଙ୍କୁ ସରକାର ନିର୍ଦ୍ଦେଶ ଦେବାକୁ ବାଧ୍ୟ ହୋଇଛି । କଟ୍ ମନି ନେଉଥିବା ଅଧିକାରୀ ଏବଂ ଦଲାଲ୍ଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିବାକୁ ଏବେ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି । ଆଇପିସିର ଧାରା ୪୦୯ ଆଧାରରେ ମାମଲା ଦାଏର ହେଉଥିବା ଜଣାପଡ଼ିଛି।
‘କଟ୍ ମନି’ ଦୁର୍ନୀତି:ଅଭିଯୋଗ ଆଧାରରେ ଏତଲା ରୁଜୁ ନିର୍ଦ୍ଦେଶ
Advertisment
Follow Us