ଭର୍ତ୍ତୃହରି ମହତାବଙ୍କୁ ଲୋକସଭାରେ ପ୍ରୋଟେମ୍‌ ବାଚସ୍ପତି ନିଯୁକ୍ତ କଲେ ରାଷ୍ଟ୍ରପତି

Advertisment
ଭର୍ତ୍ତୃହରି ମହତାବଙ୍କୁ ଲୋକସଭାରେ ପ୍ରୋଟେମ୍‌ ବାଚସ୍ପତି ନିଯୁକ୍ତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ/ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବାଚସ୍ପତି ନିଯୁକ୍ତ କରିଛନ୍ତି। ସମ୍ବିଧାନର ଧାରା ୯୫ (୧) ଅନୁଯାୟୀ ତାଙ୍କୁ ଏହି ପଦବିରେ ନିଯୁକ୍ତ କରାଯାଇଛି। ସେହିପରି ଲୋକସଭା ସଦସ୍ୟ କେ ସୁରେଶ, ଟି ଆର ବାଲୁ, ରାଧା ମୋହନ ସିଂ, ଫଗ୍ଗାନ୍ ସିଂ କୁଲାଷ୍ଟେ ଏବଂ ସୁଦୀପ ବନ୍ଦୋପାଧ୍ୟାୟ ସହକାରୀ ପ୍ରୋ-ଟେମ୍‌ ବାଚସ୍ପତି ଭାବେ କାର୍ଯ୍ୟ କରିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କରେନ ରିଜିଜୁ କହିଛନ୍ତି।

ଶ୍ରୀ ମହତାବ ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି। ଗତ ସାଧାରଣ ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟି(ଭାଜପା) ଟିକେଟରେ ଲୋକସଭାକୁ  ବିଜୟୀ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ। ଭର୍ତ୍ତୃହରି ୧୯୯୮ ମସିହା ଭାରତୀୟ ସାଧାରଣ ନିର୍ବାଚନରେ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୧୩ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଲଗାତାର ଭାବରେ ଏହି ନିର୍ବାଚନ ମଣ୍ଡଳୀରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ।

୨୦୧୭ ମସିହାରେ ଶ୍ରୀ ମହତାବଙ୍କୁ ଭାରତର ସଂସଦରେ ପୁରସ୍କୃତ କରାଯାଇଥିଲା। ତାଙ୍କ ବକୃତାରେ ଉତ୍ତମ ପ୍ରଦର୍ଶନ ପାଇଁ ତାଙ୍କ ୨୦୧୭ ଓ ୨୦୧୮ ମସିହାରେ ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe