ନୂଆଦିଲ୍ଲୀ : କେନ୍ଦ୍ର ରେଳ ମନ୍ତ୍ରାଳୟ ଦ୍ବାରା ଦେଶରେ ପ୍ରଥମ ପର୍ଯ୍ୟାୟ ମଡେଲ୍ ଷ୍ଟେସନ୍ ବିକଶିତ କାର୍ଯ୍ୟକ୍ରମ ଅନ୍ତର୍ଗତ ୬୮ଟି ମଡେଲ୍ ଷ୍ଟେସନ୍ ବିକଶିତ କରାଯିବ। ସେଥିରେ ଓଡ଼ିଶାର କଟକ ରେଳଷ୍ଟେସନ୍ ସାମିଲ୍ ଅଛି। ମଡେଲ୍ ରେଳଷ୍ଟେସନରେ ସମସ୍ତ ପ୍ରକାର ଯାତ୍ରୀ ସୁବିଧା, ସୁସଜ୍ଜିତ ଲିଫ୍ଟ୍, ଫୁଟ୍ ଓଭର ବ୍ରିଜ୍, ପ୍ଲାଟଫର୍ମ ଏବଂ ଅନ୍ୟ ସୁବିଧାଗୁଡ଼ିକ ଉପଲବ୍ଧ ହେବ। ପ୍ରତ୍ୟେକ ରେଳ ଷ୍ଟେସନ୍କୁ ମଡେଲ୍ ଷ୍ଟେସନ୍ ଭାବେ ବିକଶିତ କରିବାପାଇଁ ୨୦ କୋଟି ଟଙ୍କା ପ୍ରଦାନ କରାଯିବ। ରେଳ ମନ୍ତ୍ରାଳୟ ଦ୍ବାରା ଦେଶର ୬୮ଟି ଷ୍ଟେସନ୍ରେ ପ୍ରତ୍ୟେକ ଦିନ କେତେ ଯାତ୍ରୀ ଯାତ୍ରା କରୁଛନ୍ତି, କେତୋଟି ଟ୍ରେନ୍ ଷ୍ଟେସନ୍ ପାଇଁ ଯାତାୟାତ କରୁଛି, କେଉଁ ସବୁ ସୁବିଧା ବର୍ତ୍ତମାନ ଅଛି ସେନେଇ ବିବରଣୀ ପ୍ରଦାନ କରିବାପାଇଁ ରେଳଜୋନ୍ ମୁଖ୍ୟମାନଙ୍କୁ କୁହାଯାଇଛି।
୨ ମାସ ଭିତରେ ଚମକିବ କଟକ ରେଳଷ୍ଟେସନ୍
Advertisment
Follow Us