ଦଳରୁ ଆରଏସଏସ ବିଚାରଧାରା ବିଶିଷ୍ଟ ଲୋକଙ୍କୁ ବାହାର କର : କଂଗ୍ରେସରେ ଉଠିଲା ଦାବି

କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକ ବସିଛି । ବୈଠକରେ ଦଳରେ ଆରଏସଏସ ବିଚାରଧାରା ଥିବା ଲୋକଙ୍କ ଉପସ୍ଥିତି ଉପରେ ପ୍ରଶ୍ନ ଉଠିଥିଲା।

cwc

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକ ବସିଛି । ବୈଠକରେ ଦଳରେ ଆରଏସଏସ ବିଚାରଧାରା ଥିବା ଲୋକଙ୍କ ଉପସ୍ଥିତି ଉପରେ ପ୍ରଶ୍ନ ଉଠିଥିଲା। ରାହୁଲ ଗାନ୍ଧିଙ୍କୁ ସମ୍ବୋଧିତ କରି ସିଡବ୍ଲ୍ୟୁସିର ଜଣେ ନେତା କହିଛନ୍ତି ଯେ ଆରଏସଏସ ଚିନ୍ତାଧାରା ରଖୁଥିବା ଯେଉଁମାନେ ଆମ ଭିତରେ ଅର୍ଥାତ୍ ଆମ ଦଳରେ ଅଛନ୍ତି, ସେମାନଙ୍କୁ ପ୍ରଥମେ ଖୋଜି ବାହାର କରିବାକୁ ପଡ଼ିବ।

"ନବ ସତ୍ୟାଗ୍ରହ ବୈଠକ" ଶୀର୍ଷକ ସିଡବ୍ଲ୍ୟୁସି ବୈଠକ ଗୁରୁବାର ବେଲଗାଭିରେ ଆରମ୍ଭ ହୋଇଛି। ମହାତ୍ମା ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବେଲଗାମ ଅଧିବେଶନର ୧୦୦ତମ ବାର୍ଷିକୀ ପାଳନ କରୁଛି ଦଳ । ଏହି ବୈଠକରେ ୨୦୨୫ରେ ରାଜନୈତିକ ଓ ନିର୍ବାଚନୀ ଚ୍ୟାଲେଞ୍ଜ ପାଇଁ ଯୋଜନା ପ୍ରସ୍ତୁତ ହେବ।
ସିଡବ୍ଲ୍ୟୁସି ସୂତ୍ରରୁ ପ୍ରକାଶ ଯେ ବିଜେପିର ଧର୍ମ ରାଜନୀତିକୁ ପ୍ରତିହତ କରିବା ପାଇଁ କଂଗ୍ରେସ ତେଲେଙ୍ଗାନା ପରି ନିଜ ଶାସିତ ପ୍ରତ୍ୟେକ ରାଜ୍ୟରେ ଜାତିଗତ ଜନଗଣନା କରିବା ଉଚିତ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହାକୁ ବ୍ୟାପକ ଭାବେ ଉଠାଇବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe