ଟୋକିଓ: ଜାପାନ ଏୟାରଲାଇନ୍ସ ଉପରେ ସାଇବର ଆକ୍ରମଣ ହୋଇଛି। ଏହା ଦ୍ୱାରା ବିମାନ ସେବା ପ୍ରଭାବିତ ହୋଇଛି। ଟିକେଟ୍ ବିକ୍ରି ମଧ୍ୟ ବନ୍ଦ ହୋଇଯାଇଛି। ଏୟାରଲାଇନ୍ସର ବ୍ୟାଗେଜ୍ ଚେକ୍ ଇନ୍ ସିଷ୍ଟମରେ ସମସ୍ୟା ଉପୁଜିଛି। ଜାପାନ ଏୟାରଲାଇନ୍ସ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛି।

Advertisment

ଜାପାନ ଏୟାରଲାଇନ୍ସ ଟୁଇଟ୍ କରି କହିଛି ଯେ, ଆମର ଆଭ୍ୟନ୍ତରୀଣ ତଥା ବାହ୍ୟ ନେଟୱାର୍କ ଉପକରଣ ଗୁରୁବାର ସକାଳ ୭.୨୪ରୁ ସାଇବର ଆକ୍ରମଣ ହୋଇଛି। ଏହି କାରଣରୁ ଆମର ସିଷ୍ଟମ ସମସ୍ୟାର ସମ୍ମୁଖୀନ ହେଉଛି। ଏହା ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉପରେ ପ୍ରଭାବ ପକାଉଛି। ସାଇବର ଆକ୍ରମଣ ଯୋଗୁ ଟିକେଟ୍ ବିକ୍ରି ବନ୍ଦ ହୋଇଯାଇଛି। ଆମେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛୁ।

ଅଧିକ ପଢ଼ନ୍ତୁ:ରାଉରକେଲାରେ ପୁଣି ଧରାପଡ଼ିଲେ ୬ ଡକାୟତ: ପିସ୍ତଲ ଓ ଭୁଜାଲି ଜବତ 

ଅଲ୍ ନିପନ୍ ଏୟାରୱେଜ୍ (ଏଏନଏ) ପରେ ଜାପାନ ଏୟାରଲାଇନ୍ସ ଦେଶର ଦ୍ୱିତୀୟ ବୃହତ୍ତମ ବିମାନ ସେବା ଅଟେ। ଜାପାନ ଏୟାରଲାଇନ୍ସର ଏହା ପ୍ରଥମ ଘଟଣା ନୁହେଁ ଯେ, ସାଇବର ଆକ୍ରମଣ ହୋଇଛି। ଏହା ପୂର୍ବରୁ ମଧ୍ୟ ଘଟିଛି।

JAL

ଅଧିକ ପଢ଼ନ୍ତୁ: ଯୁବତୀ ଅଜଗର ସହିତ ଗୋଟିଏ ଶେଯରେ: ଭିଡିଓ ଭାଇରାଲ