ସାଇବର ଅପରାଧ ମାମଲା:  ଜୟନ୍ତ ଦାସଙ୍କୁ ଜାମିନ 

Advertisment
ପ୍ରଧାନ ବିଚାରପତି ‘ମାଷ୍ଟର ଅଫ୍‌ ଦି ରୋଷ୍ଟର୍‌’

ନୂଆଦିଲ୍ଳୀ  : ଏକ  ସାଇବର  ଅପରାଧ ମାମଲାରେ ଆଜି ସୂଚନା ଅଧିକାର କର୍ମୀ ଜୟନ୍ତ ଦାସଙ୍କୁ ଜାମିନ ମିଳିଛି। ସୁପ୍ରିମକୋର୍ଟର  ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତା ଜୟନ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମାମଲାର ଶୁଣାଣି ସମୟରେ ଆଜି ଜୟନ୍ତ ଦାସଙ୍କ ଓକିଲ ଜୟନ୍ତ ଭୂଷଣ ଖଣ୍ଡପୀଠଙ୍କ ନିକଟରେ ଯୁକ୍ତି ରଖି କହିଥିଲେ ଯେ  ଗତ ୮ ମାସରୁ ଜୟନ୍ତ ଜେଲ୍‌ରେ ଅଛନ୍ତି ଏବଂ ତାଙ୍କୁ ଜାମିନ ପ୍ରଦାନ କରାଯାଉ। ଅପରପକ୍ଷେ ମାମଲାର ଦୁଇଟି ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଓକିଲ ଉପସ୍ଥିତ ନଥିଲେ। ଯେହେତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପିଟିସନ୍‌କୁ ନେଇ କୌଣସି ବିରୋଧ କରାଯାଇନାହିିଁ ତେଣୁ ଆବେଦନକାରୀଙ୍କୁ ଜାମିନ ପ୍ରଦାନ କରିବା ଉପଯୁକ୍ତ ହେବ ବୋଲି ଖଣ୍ଡପୀଠ ଆଦେଶରେ କହିଥିଲେ। ଖଣ୍ଡପୀଠ ମଧ୍ୟ କହିଥିଲେ ଯେ ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଧାରିତ ସର୍ତ୍ତ ଅନୁସାରେ ଜାମିନ ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ ୨୦୧୬ ଜୁଲାଇ ୨୪ ତାରିଖରେ ଜୟନ୍ତ ଦାସ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପୁରୀ ଗଜପତି ମହାରାଜଙ୍କ ସମ୍ପର୍କରେ କେତେକ ଆପତ୍ତିଜନକ ମନ୍ତବ୍ୟ ଫେସବୁକ୍‌ରେ ପୋଷ୍ଟ୍‍ କରିଥିଲେ। ଏହାକୁ ବିରୋଧ କରି ଜୟ ଶଙ୍କର ଆଚାର୍ଯ୍ୟ ନାମକ କଟକର ଜଣେ ବ୍ୟକ୍ତି ସାଇବର ଥାନା ଓ ଲାଲ୍‌ବାଗ୍‌ ଥାନାରେ ଅଭିଯୋଗ କରିଥିଲେ। ଜୟନ୍ତଙ୍କ ଜାମିନ ଆବେଦନ କଟକ ସଦର ଏସଡିଜେଏମ୍‌ ଅଦାଲତ ଓ ହାଇକୋର୍ଟରେ ଖାରଜ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe