ସାଇବର୍‌ ଅପରାଧ ମୁକାବିଲା: ୬ ରାଜ୍ୟ ମଧ୍ୟରେ ହେବ ସୂଚନା ଆଦାନପ୍ରଦାନ

Advertisment
ସାଇବର୍‌ ଅପରାଧ ମୁକାବିଲା: ୬ ରାଜ୍ୟ ମଧ୍ୟରେ ହେବ ସୂଚନା ଆଦାନପ୍ରଦାନ

The Pawprint

ନୂଆଦିଲ୍ଲୀ : ସାଇବର୍‌ ଅପରାଧ ମୁକାବିଲା ପାଇଁ ଓଡ଼ିଶା, ଛତିଶଗଡ଼, ଦିଲ୍ଲୀ, ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶ ପରସ୍ପର ମଧ୍ୟରେ ସୂଚନା ଆଦାନପ୍ରଦାନ କରିବେ। ଉପରୋକ୍ତ ରାଜ୍ୟମାନେ ସାଇବର୍‌ ଅପରାଧ ମୁକାବିଲା ପାଇଁ ମିଳିତ ରଣନୀତି ପ୍ରସ୍ତୁତ କରିବେ। କୌଣସି ରାଜ୍ୟରେ ଏହି ଧରଣର ଅପରାଧ ଘଟିଲେ ତୁରନ୍ତ ସଂପୃକ୍ତ ରାଜ୍ୟ ଅନ୍ୟ ୫ ରାଜ୍ୟକୁ ସୂଚନା ପ୍ରଦାନ କରିବେ।

ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଛତିଶଗଡ଼ ରାଜଧାନୀ ରାୟପୁରଠ‌ାରେ ଅନୁଷ୍ଠିତ ପୋଲିସ ଅଧିକାରୀମାନଙ୍କ ଯୁଗ୍ମ ସାଇବର୍‌ ଅପରାଧ ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଓଡ଼ିଶା ସମେତ ଛଅ ରାଜ୍ୟର ରିଜର୍ଭ ବ୍ୟାଙ୍କ ତଥା ଅନ୍ୟ ବ୍ୟାଙ୍କର ଅଧିକାରୀ, ଟେଲି ସେବା ପ୍ରଦାନକାରୀ ସଂସ୍ଥାର ନୋଡାଲ୍‌ ଅଧିକାରୀମାନେ ସାମିଲ ହୋଇଥିଲେ। ବୈଠକରେ ସାଇବର କ୍ରାଇମ୍‌ ନିୟନ୍ତ୍ରଣକୁ ନେଇ ଆଲୋଚନା ହୋଇଥିଲା। ଏଥିରେ ଓଡ଼ିଶାରୁ ପୋଲିସ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe