ପୁଣି ଠକେଇର ଶିକାର ହେଲେ ପୂର୍ବତନ ଆଇଜି: ହ୍ୱାଟ୍ସଆପରେ ଗୋଟିଏ ଲିଙ୍କ ଉପରେ କ୍ଲିକ କରି ହରାଇଲେ ୪.୩୨ଲକ୍ଷ ଟଙ୍କା

ପୂର୍ବତନ ଆଇଜି ଡିକେ ପଣ୍ଡା ସାଇବର ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ହ୍ୱାଟ୍ସଆପରେ ଆସିଥିବା ଏକ ଲିଙ୍କରେ କ୍ଲିକ୍ କରିବା ପରେ ତାଙ୍କ ଆକାଉଣ୍ଟରୁ ୪୩୨,୦୦୦ଟଙ୍କା ଗାଏବ ହୋଇଯାଇଥିବା ଜଣାପଡ଼ିଛି। 

reU

ନୂଆଦିଲ୍ଲୀ: ପୂର୍ବତନ ଆଇଜି ଡିକେ ପଣ୍ଡା ସାଇବର ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ହ୍ୱାଟ୍ସଆପରେ ଆସିଥିବା ଏକ ଲିଙ୍କରେ କ୍ଲିକ୍ କରିବା ପରେ ତାଙ୍କ ଆକାଉଣ୍ଟରୁ ୪୩୨,୦୦୦ଟଙ୍କା ଗାଏବ ହୋଇଯାଇଥିବା ଜଣାପଡ଼ିଛି। 

ଘଟଣାଟି ସେପ୍ଟେମ୍ବର ୯ ତାରିଖରେ ଘଟିଥିବା ବେଳେ ପଣ୍ଡାଙ୍କ ଅଭିଯୋଗ ଆଧାରରେ ସେପ୍ଟେମ୍ବର ୧୫ ତାରିଖରେ ଧୂମାନଗଞ୍ଜ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ।

ପ୍ରୟାଗରାଜର ଏଡିଏ କଲୋନି ପ୍ରୀତମ ନଗରରେ ରହୁଥିବା ଡିକେ ପଣ୍ଡା କହିଛନ୍ତି, ‘ ମୁଁ ଇଣ୍ଟରନେଟରେ ଇଣ୍ଡିଆନ୍ ବ୍ୟାଙ୍କ ମୁଣ୍ଡେରା ଶାଖାର ଟୋଲ୍-ଫ୍ରି ନମ୍ବର ଖୋଜୁଥିଲି, ଏହି ସମୟରେ ରାହୁଲ କୁମାର ନାମକ ଜଣେ ବ୍ୟକ୍ତିଙ୍କ ନାମରେ ମୋ ପାଖକୁ ଏକ କଲ୍ ଆସିଥିଲା।ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ଦାବି କରୁଥିବା ରାହୁଲ ମୋତେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇ ଏକ ହ୍ୱାଟ୍ସଆପ୍ ଲିଙ୍କ୍ ପଠାଇଥିବା କହିଥିଲେ।

 ଆଉ ଉକ୍ତ ଲିଙ୍କକୁ ଖୋଲିବା ପାଇଁ ଚାପ ପକାଇଥିଲେ। ଏହି ସମୟରେ ରାହୁଲ ମୋତେ ଫୋନ କାଟିବାକୁ ବାରଣ କରିଥିଲେ। କିଛି ସମୟ ମଧ୍ୟରେ ମୋର ୟୁକୋ ବ୍ୟାଙ୍କ ସଞ୍ଚୟ ଆକାଉଣ୍ଟରୁ ଚାରୋଟି ପର୍ଯ୍ୟାୟରେ ମୋଟ ୪.୩୨ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବାର ସୂଚନା ଆସିଥିଲା। ’

ଓଡ଼ିଶାର ୧୯୭୧ ବ୍ୟାଚର ଆଇପିଏସ୍ ଅଧିକାରୀ ଡିକେ ପଣ୍ଡାଙ୍କ ପ୍ରୟାଗରାଜର ପ୍ରୀତମ ନଗରରେ ଏକ ବାସସ୍ଥାନ ଅଛି, ଯାହାକୁ ସେ ରାଧା କୁଞ୍ଜ ବୋଲି କୁହନ୍ତି। ଗତ ବର୍ଷ ପଣ୍ଡା ମଧ୍ୟ ସାଇବର ଠକେଇର ଶିକାର ହୋଇଥିଲେ। ସେ ଅଭିଯୋଗ କରି କହିଥିଲେ, ‘ଅନଲାଇନ୍ ଟ୍ରେଡିଂ  ନାମରେ ୩.୮୧ କୋଟି ଟଙ୍କାର ଲାଭ ଦେଖାଇ ମୋ‌ତେ  ୮ ଲକ୍ଷ ଟଙ୍କାର ଟିଡିଏସ୍ ଦେବାକୁ ଚାପ ପକାଯାଇଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe