ଲୋକସଭା ବାଚସ୍ପତିଙ୍କ ନାମରେ ଚାଲିଛି ବଡଧରଣର ସାଇବର ଠକେଇ, ସଚେତନ ରହିବାକୁ ସାଂସଦମାନଙ୍କୁ ଅପିଲ କଲେ ଓମ ବିର୍ଲା 

Advertisment
ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ଆଣିବେ ଅନାସ୍ଥା ପ୍ରସ୍ତାବ !

The Indian Express

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତିଙ୍କ ନାମରେ ଲୋକଙ୍କୁ ମେସେଜ ପଠାଇ ଠକିବାରେ ଲାଗିଛନ୍ତି ସାଇବର ଠକ | ତେବେ କେବଳ ଲୋକ ନୁହଁନ୍ତି ବରଂ ସାଂସଦମାନଙ୍କ ସହ ବରିଷ୍ଠ ଅଧିକାରୀଙ୍କୁ ମେସେଜ ପଠାଇ ଟଙ୍କା ମାଗୁଛନ୍ତି | ଏନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଆଜି ଖୋଦ ଲୋକସଭା ବାଚସ୍ପତି ଓମ ବିର୍ଲା ଟ୍ୱିଟ କରି ଏନେଇ ସଚେତନ ରହିବାକୁ ଟ୍ୱିଟ କରିଛନ୍ତି | ସେ ଟ୍ୱିଟ କରି ଲେଖିଛନ୍ତି ଯେ,' କିଛି ଦୃବୁର୍ତ୍ତ ତାଙ୍କ ନାମରେ ନକଲି ଆକାଉଣ୍ଟ ସୃଷ୍ଟି କରିଛନ୍ତି ଏବଂ ସେମାନେ ସାଂସଦ ତଥା ଅନ୍ୟ ଅଧିକାରୀଙ୍କ ନିକଟକୁ ୨ ରୁ ୩ଟି ନମ୍ବରରୁ ମେସେଜ ପଠାଉଛନ୍ତି।


ସେ ଏହି ନମ୍ବରକୁ ଟ୍ୱିଟ୍ କରିଛନ୍ତି। ଲୋକସଭା ବାଚସ୍ପତିଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ମୋବାଇଲ ନମ୍ବରଗୁଡିକ ହେଉଛି 7862092008, 9480918183 ଏବଂ 9439073870 | ଓମ୍ ବିର୍ଲା କହିଛନ୍ତି ଯେ ଯେଉଁମାନେ ନକଲି ଆକାଉଣ୍ଟ୍ ସୃଷ୍ଟି କରିଛନ୍ତି ସେମାନେ ତାଙ୍କ ଫଟୋର ଏକ ପ୍ରୋଫାଇଲ୍ ପିକ୍ କରିଛନ୍ତି ଏବଂ ଅନେକ ସାଂସଦଙ୍କ ନିକଟକୁ ମେସେଜ ପଠାଇଛନ୍ତି।

ଅବିକଳ ତାଙ୍କ ଆକାଉଣ୍ଟର ନକଲ କରି ସାଇବର ଠକମାନେ ଏଭଳି କାମ କରୁଥିବାରୁ ସଚେତନ ରହିବାକୁ ସେ ଅପିଲ କରିଛନ୍ତି | ସେ କହିଛନ୍ତି ଯେ ସଂପୃକ୍ତ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe