ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ନାଁରେ ଟଙ୍କା ମାଗିଲେ ସାଇବର ଠକ

ସାଇବର ଅପରାଧୀମାନେ ଲୋକଙ୍କୁ ଠକିବାକୁ କେଉଁ ପର୍ଯ୍ୟନ୍ତ ଯାଇପାରିବେ ତାହା ଆକଳନ କରିବା ମଧ୍ୟ କଷ୍ଟକର। ସଦ୍ୟତମ ମାମଲା ଟି ଦେଶର ପ୍ରଧାନ ବିଚାରପତିଙ୍କ ସହ ଜଡିତ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନାମରେ ସାଇବର ଠକମାନେ ଟଙ୍କା ମାଗିଛନ୍ତି।

୫ ବର୍ଷରେ ୫ ମିନିଟ ଦେଶ ପାଇଁ ବାହାର କରନ୍ତୁ: ସିଜେଆଇ

ନୂଆଦିଲ୍ଲୀ: ସାଇବର ଅପରାଧୀମାନେ ଲୋକଙ୍କୁ ଠକିବାକୁ କେଉଁ ପର୍ଯ୍ୟନ୍ତ ଯାଇପାରିବେ ତାହା ଆକଳନ କରିବା ମଧ୍ୟ କଷ୍ଟକର। ସଦ୍ୟତମ ମାମଲା ଟି ଦେଶର ପ୍ରଧାନ ବିଚାରପତିଙ୍କ ସହ ଜଡିତ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନାମରେ ସାଇବର ଠକମାନେ ଟଙ୍କା ମାଗିଛନ୍ତି।

ଏହି ମେସେଜରେ ଠକମାନେ ଲେଖିଛନ୍ତି, 'ହେଲୋ, ମୁଁ ସିଜେଆଇ ଏବଂ କଲେଜିୟମ୍ ସହ ଆମର ଜରୁରୀ ବୈଠକ ରହିଛି। ମୁଁ କନଟପ୍ଲେସ୍ ରେ ଫସି ରହିଛି । ଆପଣ ମୋତେ କ୍ୟାବ୍ ପାଇଁ ୫୦୦ ଟଙ୍କା ପଠାଇପାରିବେ କି? କୋର୍ଟରେ ପହଞ୍ଚିବା ପରେ ଟଙ୍କା ଫେରାଇଦେବି। ଏହି ମାମଲା ସାମ୍ନାକୁ ଆସିବା ପରେ ପ୍ରଧାନ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ସୁପ୍ରିମକୋର୍ଟ ସାଇବର ଠକେଇ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଭାରତରେ ସାଇବର ଠକେଇ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ମେ ୨୦୨୪ରେ ଇଣ୍ଡିଆନ୍ ସାଇବର କ୍ରାଇମ କୋଅର୍ଡିନେସନ୍ ସେଣ୍ଟର (ଆଇ୪ସି)ର ସଦ୍ୟତମ ରିପୋର୍ଟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଦର୍ଶାଯାଇଥିଲା ଯେ ବର୍ଷର ପ୍ରଥମ ୪ ମାସରେ ଶହ ଶହ କୋଟି ଟଙ୍କା ଠକେଇ ହୋଇଛି। ଅଧିକାଂଶ ଠକେଇ ମାମଲା ଅନଲାଇନ୍ ଟ୍ରେଡିଂ ନାଁରେ ହୋଇଛି। ଭାରତରେ ଦୈନିକ ୭ ହଜାରରୁ ଅଧିକ ସାଇବର କ୍ରାଇମ ରିପୋର୍ଟ ପଞ୍ଜୀକୃତ ହେଉଛି। ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲରେ ଲୋକମାନେ ସାଇବର ଠକେଇ ନେଇ ଅଭିଯୋଗ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe