ଶ୍ରୀନଗର: ଜମ୍ମୁ କଶ୍ମୀରରେ, ସରକାର ଏବଂ ସେନା ଆତଙ୍କବାଦ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିଛନ୍ତି।  ଯେକୌଣସି ଆତଙ୍କବାଦୀ କାର୍ଯ୍ୟକଳାପର ଉଚିତ୍ ଜବାବ ଦିଆଯାଉଛି। ଏପରି ପରିସ୍ଥିତିରେ, ଆତଙ୍କବାଦୀମାନେ ଏବେ 'ସାଇବର ଜିହାଦ୍' ନାମକ ଏକ ନୂତନ ପ୍ରକାରର ଆତଙ୍କବାଦ ଆଣିଛନ୍ତି। ଏହା ଏକ ଭିନ୍ନ ପ୍ରକାରର ଆତଙ୍କବାଦ ଯାହା ଉପରେ ବର୍ତ୍ତମାନ ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକ କଡ଼ା ନଜର ରଖିଛନ୍ତି। କୁହାଯାଉଛି ଯେ, ଏହି ସାଇବର ଜିହାଦ୍‌କୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସମର୍ଥନ କରୁଥିବା ଅଭିଯୋଗ ହେଉଛି।

Advertisment

ଜମ୍ମୁ ଓ କଶ୍ମୀର ପୁଲିସର କାଉଣ୍ଟର ଇଣ୍ଟେଲିଜେନ୍ସ କଶ୍ମୀର (ସିଆଇକେ) ଶାଖା  "ସାଇବର ଜିହାଦ୍" ଚଲାଉଥିବା ପାଞ୍ଚଟି ଡିଜିଟାଲ୍ ମଡ୍ୟୁଲ୍‌କୁ ନଷ୍ଟ କରିଦେଇଛି। ଅଧିକାରୀଙ୍କ ଅନୁଯାୟୀ, ୩ଟି ମଡ୍ୟୁଲ୍ ସେମାନଙ୍କ ଟାର୍ଗେଟରେ ଅଛି ଏବଂ ଆଗାମୀ ସମୟରେ ସେଗୁଡ଼ିକୁ ନଷ୍ଟ କରାଯିବ।

କାଉଣ୍ଟର ଇଣ୍ଟେଲିଜେନ୍ସ କଶ୍ମୀର ଅନୁଯାୟୀ, ନଷ୍ଟ କରାଯାଇଥିବା ମଡ୍ୟୁଲ୍‌ଗୁଡ଼ିକ ସ୍ଥାନୀୟ ଯୁବବର୍ଗମାନଙ୍କୁ ମୌଳବାଦୀ କରିବା, ଉଗ୍ରବାଦର ପ୍ରଚାର ପ୍ରସାର କରିବା ଏବଂ ଏନକ୍ରିପ୍ଟେଡ୍ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ସେମାନଙ୍କୁ ଆତଙ୍କବାଦୀ ସଂଗଠନରେ ନିଯୁକ୍ତି କରିବା ପାଇଁ ଏକ ସୁଚିନ୍ତିତ ରଣନୀତିର ଅଂଶ ଥିଲା। କିନ୍ତୁ,ସମଗ୍ର ମାମଲାରେ, ସିଆଇକେ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଅନେକ କଶ୍ମୀର ଯୁବବର୍ଗଙ୍କୁ ଆତଙ୍କବାଦୀ ହେବାରୁ ରକ୍ଷା କରିଥିଲା।

ଏହି ଅଭିଯାନ ମାଧ୍ୟମରେ, ଆତଙ୍କବାଦୀମାନେ ପ୍ରଥମ ଥର ଅପରାଧ କରାଇବା ଉଦ୍ଦେଶ୍ୟରେ  ଛୋଟ ପୁଅମାନଙ୍କୁ ଟାର୍ଗେଟ କରୁଥିଲେ, କିଛି ପୁଅଙ୍କୁ ଉଦ୍ଧାର କରାଯାଇଛି ଏବଂ କାଉନସେଲିଂ କରାଯାଇଛି। ସେହି ସମୟରେ, ଅଭ୍ୟାସଗତ ଅପରାଧୀମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ନିକଟରେ, ସିଆଇକେଏପରି ଏକ ମଡ୍ୟୁଲର ପର୍ଦ୍ଦାଫାସ କରିଛି। ଏହି ମଡ୍ୟୁଲକୁ ସୀମା ଆରପାରିରୁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର କମାଣ୍ଡର ଅବଦୁଲ୍ଲା ଗାଜି ପରିଚାଳିତ କରୁଥିଲେ। ଅଧିକାରୀଙ୍କ ଅନୁଯାୟୀ, ସୀମା ଆରପାରିରୁ ସମାନ ୪ଟି ଅନ୍ୟ ମଡ୍ୟୁଲ ମଧ୍ୟ ପରିଚାଳିତ ହେଉଥିଲା। ହ୍ୟାଣ୍ଡଲରମାନେ ସେଗୁଡ଼ିକୁ କଶ୍ମୀରର ସାଧାରଣ ନାଗରିକଙ୍କ ନାମରେ ଚଲାଉଥିଲେ, ଯାହା ଫଳରେ  ସ୍ଥାନୀୟ ଯୁବବର୍ଗମାନଙ୍କର ପରିଚୟ ବିଷୟରେ କୌଣସି ସନ୍ଦେହ ସୃଷ୍ଟି ହୋଇ ପାରୁ ନଥିଲା।

ଅଧିକ ପଢ଼ନ୍ତୁ: ଭାରତୀୟ ନାଗରିକଙ୍କୁ ବନ୍ଧୁକ ମୁନରେ ବାଂଲାଦେଶ ପଠାଯାଉଛି: ଓୱାଇସିଙ୍କ ଅଭିଯୋଗ

ଅଧିକାରୀଙ୍କ ଅନୁଯାୟୀ, ସୀମା ଆରପାରିରେ ବସିଥିବା ହ୍ୟାଣ୍ଡଲରମାନେ ପ୍ରଥମେ ସୋସିଆଲ ମିଡିଆରେ ଏପରି ଯୁବକମାନଙ୍କୁ ଖୋଜୁଥିଲେ ଯେଉଁମାନେ ସହଜରେ ମୌଳବାଦୀ ହୋଇପାରିବେ। ତା'ପରେ, ସେମାନଙ୍କ ବିଶ୍ୱାସ ଜିତିବା ପରେ, ସେମାନଙ୍କୁ ଧୀରେ ଧୀରେ କାର୍ଯ୍ୟ ଦିଆଯାଉଥିଲା। ସେମାନଙ୍କୁ ଧୀରେ ଧୀରେ ଆତଙ୍କବାଦୀ ନେଟୱାର୍କରେ ସାମିଲ କରାଯାଉଥିଲା।

ସୁରକ୍ଷା ଏଜେନ୍ସିଗୁଡ଼ିକ ଫେସବୁକ୍, ଇନଷ୍ଟାଗ୍ରାମ୍, ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ୍ ସମେତ ସୋସିଆଲ ମିଡିଆ ଆପ୍ ବ୍ୟବହାର କରିବା ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ଏବଂ କହିଛନ୍ତି ଯେ ଏହି ଆପ୍ସରେ କୌଣସି ଅଜଣା ବ୍ୟକ୍ତିଙ୍କ ସହ ଚାଟିଂ କରିବାରୁ ଦୂରେଇ ରହିବା ଭଲ।

ସମ୍ପ୍ରତି କିଛି ସାଇବର ମଡ୍ୟୁଲ୍ ଧରାପଡ଼ିଛି । ସେଗୁଡ଼ିକ ହେଉଛି, ଏଲଇଟିର ଆତଙ୍କୀ ପାଣ୍ଠି ମଡ୍ୟୁଲ୍ । ଏହା ସୁମାମା ଓରଫ ବାବର ଓରଫ ଇଲିଆସ୍ ନାମକ ଜଣେ ପାକିସ୍ତାନୀ ହ୍ୟାଣ୍ଡଲର ଦ୍ୱାରା ପରିଚାଳିତ। ଏହି ମଡ୍ୟୁଲ୍ କଶ୍ମୀରରେ ନିଯୁକ୍ତି ଏବଂ ଅପରେସନକୁ ସମର୍ଥନ କରିବା ପାଇଁ ଉପସାଗରୀୟ ଦେଶଗୁଡ଼ିକରୁ ପାଣ୍ଠି ଚୋରା ଚାଲାଣ ଉପରେ ଧ୍ୟାନ ଦେଉଥିଲା। 

ସେହିପରି ହିଜବୁଲ ମୁଜାହିଦ୍ଦିନର ଜବରଦସ୍ତ ବଟି ଆଦାୟ ମଡ୍ୟୁଲ୍ । ଜାନବାଜ ଗାଜି ଓରଫ ଗାଜି ବାବା ଦ୍ୱାରା ପରିଚାଳିତ, ଏହି ମଡ୍ୟୁଲ୍ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସ୍ଥାନୀୟ ବାସିନ୍ଦାଙ୍କଠାରୁ ପାଣ୍ଠି ଆଦାୟ କରୁଥିଲା।

ଅନସାର ଗଜୱାତ-ଉଲ୍-ହିନ୍ଦର କୋରିଅର ନିଯୁକ୍ତି ମଡ୍ୟୁଲ୍ । ଏହା ବାବା ହମାସ ଓରଫ ହଜୁଲ୍ଲାଙ୍କ ଦ୍ୱାରା ପରିଚାଳିତ।ଏହି ଗୋଷ୍ଠୀ ଯୁବବର୍ଗମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳାର କୋରିଅର ଭାବରେ ନିଯୁକ୍ତି କରିବାକୁ ଚେଷ୍ଟା କରିଥିଲା।

ତେହରିକ ଲାବାୟକ୍ ୟା ମୁସଲିମର ଧାର୍ମିକ ମଡ୍ୟୁଲ । ଏହାର ପରିଚାଳନା  ବାବା ହମାସଙ୍କ ନେତୃତ୍ୱରେ ହେଉଥିଲା। ଏହି ଗୋଷ୍ଠୀ ମଡ୍ୟୁଲବାଦୀ ଚିନ୍ତାଧାରା ପ୍ରଚାର କରୁଥିଲା ଏବଂ ଯୁବବର୍ଗମାନଙ୍କୁ ଆତଙ୍କବାଦୀ ଗୋଷ୍ଠୀରେ ଯୋଗଦେବାକୁ ଉତ୍ସାହିତ କରୁଥିଲା।

ଅଧିକ ପଢ଼ନ୍ତୁ: ତେଲ ପକାଇବାକୁ କଲବଲ: କେଉଁଠି କିଏ ଟାଙ୍କି ଟେକି ଆଣୁଛି ତ କେଉଁଠି ୧୦୦ ଟଙ୍କାର ତେଲ ପାଇଁ ୧୫୦୦ ଟଙ୍କା ଖର୍ଚ୍ଚ କରୁଛି..

Jammu & Kashmir