ଅଶ୍ଳୀଳ ଭିଡିଓ କଲ୍‌ ଜରିଆରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ୍‌ଙ୍କୁ ବ୍ଲାକ୍‌ମେଲ୍‌: ୨ ଗିରଫ

ଅଶ୍ଳୀଳ ଭିଡିଓ କଲ୍‌ ଜରିଆରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ୍‌ଙ୍କୁ ବ୍ଲାକ୍‌ମେଲ୍‌: ୨ ଗିରଫ

Image Courtesy of India Today

ନୂଆଦିଲ୍ଲୀ: ଅଶ୍ଳୀଳ ଭିଡିଓ କଲ୍‌ ମାଧ୍ୟମରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍‌ଙ୍କୁ ‘ବ୍ଲାକ୍‌ମେଲ୍‌’ କରିଥିବା ୨ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

କେନ୍ଦ୍ରମନ୍ତ୍ରୀ ତୁରନ୍ତ ଏ ଘଟଣା ଦିଲ୍ଲୀ ପୋଲିସ କମିସନର୍‌ଙ୍କୁ ଜଣାଇବା ପରେ କ୍ରାଇମ୍‌ ବ୍ରାଞ୍ଚ୍‌ ସଫଳତାର ସହିତ ରାଜସ୍ଥାନର ଭରତପୁରରୁ ମହମ୍ମଦ ଓକିଲ୍‌ ଏବଂ ମହମ୍ମଦ ସାହିବଙ୍କୁ ଗିରଫ କରିଛନ୍ତି। କିନ୍ତୁ, ମୁଖ୍ୟ ଅଭିଯୁକ୍ତ ସବିର୍‌ ଫେରାର୍‌ ହୋଇଯାଇଛନ୍ତି।

କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ହୋଇଥିବା ବ୍ୟକ୍ତିମାନେ ‘ସେକ୍ସ୍‌ଟୋର୍ସନ୍‌ କଲ୍‌’ ଓ ‘ବ୍ଲାକ୍‌ମେଲ୍‌’ କାର୍ଯ୍ୟକଳାପ ଚଳାଇଥିବା ଏକ ସୁସଂଗଠିତ ଗୋଷ୍ଠୀ ସହିତ ସମ୍ପୃକ୍ତ ଅଟନ୍ତି।

କେନ୍ଦ୍ରମନ୍ତ୍ରୀ ପଟେଲ୍‌ଙ୍କ ବ୍ୟକ୍ତିଗତ ସଚିବ ଆଲୋକ ମୋହନ ପୁଲିସ ନିକଟରେ ଏ ରିପୋର୍ଟ କରିଥିଲେ। ଫାଇଲ୍‌ କରାଯାଇଥିବା ଅଭିଯୋଗରେ ଉଲ୍ଲେଖ ଅଛି, ଅଭିଯୁକ୍ତମାନେ ‘ହ୍ବାଟ୍‌ସ୍‌ଆପ୍‌’ ଜରିଆରେ ପ୍ରହ୍ଲାଦ ପଟେଲ୍‌ଙ୍କ ମୋବାଇଲ୍‌ ଫୋନ୍‌କୁ ଉକ୍ତ ଭିଡିଓ କଲ୍‌ କରିଥିଲେ।

ମନ୍ତ୍ରୀଙ୍କୁ ‘ବ୍ଲାକ୍‌ମେଲ୍‌’ କରିବା ଉଦ୍ଦେଶ୍ୟରେ ଏହି କଲ୍‌ରେ ସେମାନେ ‘ପର୍ଣ୍ଣଗ୍ରାଫିକ୍‌ ଭିଡିଓ’ ଚଳାଇଥିଲେ। କିନ୍ତୁ, ମନ୍ତ୍ରୀ ତୁରନ୍ତ ଉକ୍ତ କଲ୍‌ କାଟି ଦେଇ ଘଟଣା ସଂକ୍ରାନ୍ତରେ ପୁଲିସକୁ ଅବଗତ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe