ନୂଆଦିଲ୍ଲୀ: ଦିଲ୍ଲୀରେ ସାଇବର ଅପରାଧ ସାଂଘାତିକ ଭା‌ବେ ବଢ଼ି ଚାଲିଛି। ସାଇବର ଅପରାଧଜନିତ କ୍ଷତି ଦିଲ୍ଲୀରେ ୨୦୧୫‌ରେ ୬.୩ କୋଟି ଥିବାବେଳେ ୨୦୨୫ରେ ଏହା ୧୨୭୧ କୋଟିରେ ପହଞ୍ଚିଛି।  ‌ଦିଲ୍ଲୀ ପୁଲିସ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ଦିଲ୍ଲୀରେ ଗୋଟିଏ ଦଶନ୍ଧି ମଧ୍ୟରେ ସାଇବର ଅପରାଧଜନିତ କ୍ଷତି ୧୯୦ ଗୁଣା ବୃଦ୍ଧି ପାଇଛି।  ଦିଲ୍ଲୀ ପୁଲିସ କହିଛି ଯେ ଏହାର ଆଇଏଫ୍‌ଏସ୍‌ଓ ( ଇଣ୍ଟେଲିଜେନ୍ସ ଫ୍ୟୁଜନ୍‌ ଆଣ୍ଡ ଷ୍ଟ୍ରାଟେଜିକ ଅପରେସନ୍ସ) ଶାଖା ଏବଂ ବିଭିନ୍ନ ଜିଲ୍ଲା ଅଧିକରୁ ଅଧିକ ଏତଲା ରୁଜୁ କରି ସାଇବର ଅପରାଧ ନିୟନ୍ତ୍ରଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି।  ଦିଲ୍ଲୀ ପୁଲିସର ସାଇବର ସେଲ୍‌ ଅନୁଯାୟୀ ୨୦୨୫ରେ କେବଳ ପାଖାପାଖି ୧୬୦୦ ସାଇବର ଅପରାଧ ମାମଲା ରୁଜୁ ହୋଇଛି। ଏହି ମାମଲାଗୁଡ଼ିକରେ ୧୨୭୧ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଛି।

Advertisment

Air pollution: ଡରାଇଲାଣି ବାୟୁ ପ୍ରଦୂଷଣ

Confusion over actress's demands: ଅଭିନେତ୍ରୀଙ୍କ ଦାବିକୁ ନେଇ ଚାଞ୍ଚଲ୍ୟ: ସୂର୍ଯ୍ୟ ମୋତେ ସବୁବେଳେ ମେସେଜ୍ କରୁଥିଲେ

ଗତବର୍ଷ ଦିଲ୍ଲୀରେ ୧୫୯୧ ସାଇବର ଅପରାଧ ମାମଲା ରିପୋର୍ଟ କରାଯାଇଛି ଏବଂ ଏହାଦ୍ବାରା  ୧୧୪୫ କୋଟି ଟଙ୍କା ହଡ଼ପ କରାଯାଇଛି।  ୨୦୨୪ ତୁଳନାରେ ୨୦୨୫ରେ ଦିଲ୍ଲୀ ସାଇବର ଅପରାଧ ଯୋଗୁ ୧୦ ପ୍ରତିଶତ ଅଧିକ କ୍ଷତି ସହିଛି।   ତଥ୍ୟ ଅନୁଯାୟୀ ୨୦୧୫ରେ ସାଇବର ଅପରାଧକୁ ନେଇ କେବଳ ୭୧୨ ମାମଲା ରୁଜୁ ହୋଇଥିଲା ଏବଂ ଅପରାଧ ପାଇଁ ୬.୩ କୋଟି ଟଙ୍କାର କ୍ଷତି ହୋଇଥିଲା। ୨୦୧୯ରେ ଏହି କ୍ଷତି ୨୬ କୋଟି‌କୁ ବୃଦ୍ଧି ହୋଇଥିଲା ଯେଉଁ ସମୟରେ  ଆପରାଧିକ ମାମଲା ସଂଖ୍ୟା ୭୯୫ ଥିଲା।  ୨୦୨୦ରେ କରୋନା ମହାମାରୀ ସମୟରେ ସାଇବର ଅପରାଧ ସଂଖ୍ୟା ଦ୍ବିଗୁଣିତ ହୋଇ ୧୬୮୭ରେ ପହଞ୍ଚିଥିଲା ଏବଂ ଅପରାଧ ଜନିତ କ୍ଷତି ୩୫ କୋଟି ଥିଲା।  ୨୦୨୧ରେ ସାଇବର ଅପରାଧଜନିତ କ୍ଷତି ୯୧ କୋଟି ପହଞ୍ଚିଥିବା ବେଳେ  ୨୦୨୨ରେ ୧୫୪୫ ମାମଲା ସହ ଅପରାଧ ଜନିତ କ୍ଷତି ୧୨୦ କୋଟିକୁ ବୃଦ୍ଧି ପାଇଥିଲା।  ୨୦୨୩ରେ ସାଇବର ଅପରାଧ ମାମଲା ସଂଖ୍ୟା ୧୩୪୭କୁ କମିଥିଲେ ମଧ୍ୟ ଏଥିଯୋଗୁ କ୍ଷତି ୩ ଗୁଣା ବୃଦ୍ଧି ପାଇ ୪୦୦ କୋଟି‌ରେ ପହଞ୍ଚିଥିଲା।  ଜଣେ ବରିଷ୍ଠ ଆଇଏଫ୍‌ଏସଓ ଅଫିସର କହିଛନ୍ତି,  କ୍ଷତି ବଢ଼ିଥିଲେ ମଧ୍ୟ ଏହାର ପୁନରୁଦ୍ଧାର ମଧ୍ୟ ବୃଦ୍ଧି ହୋଇଛି। ଆଇଏଫ୍ଏ‌ସ୍ଓ‌ ଅଫିସର କହିଛନ୍ତି, ୨୦୨୫ରେ କେବଳ ଠକେଇ ପରିମାଣର ୨୫ ପ୍ରତିଶତକୁ ଆମେ ବ୍ଲକ୍‌ କରିଦେଇଛୁ।