ସାଇବର ଅପରାଧ: ସର୍ବାଧିକ ଠକେଇ ହ୍ବା‌ଟ୍ସଆପ୍‌ରେ

Advertisment

ସୋସିଆଲ ମିଡିଆ ମଞ୍ଚ ହ୍ବା‌ଟ୍ସଆପ୍‌କୁ ସାଇବର ଠକ ଅଧିକ ଅପବ୍ୟବହାର କରୁଛନ୍ତି।  କେନ୍ଦ୍ର ଗୃହ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ୨୦୨୪ର   ପ୍ରଥମ ୩ ମାସରେ ସାଇବର୍‌ ଠକାମି ସଂକ୍ରାନ୍ତ  ମୋଟ ୪୩,୭୯୭ଟି ଅଭିଯୋଗ କେବଳ ହ୍ବା‌ଟ୍ସଆପ୍‌ ବିରୋଧରେ ହୋଇଛି।

whats app

ନୂଆଦିଲ୍ଲୀ: ସୋସିଆଲ ମିଡିଆ ମଞ୍ଚ ହ୍ବା‌ଟ୍ସଆପ୍‌କୁ ସାଇବର ଠକ ଅଧିକ ଅପବ୍ୟବହାର କରୁଛନ୍ତି।  କେନ୍ଦ୍ର ଗୃହ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ୨୦୨୪ର   ପ୍ରଥମ ୩ ମାସରେ ସାଇବର୍‌ ଠକାମି ସଂକ୍ରାନ୍ତ  ମୋଟ ୪୩,୭୯୭ଟି ଅଭିଯୋଗ କେବଳ ହ୍ବା‌ଟ୍ସଆପ୍‌ ବିରୋଧରେ ହୋଇଛି। ଏହା ପଛକୁ ଟେଲିଗ୍ରାମ ବିରୋଧରେ ୨୨,୬୮୦ ଏବଂ ଇନଷ୍ଟାଗ୍ରାମ୍‌ ବିରୋଧରେ ୧୯,୮୦୦ ଅଭିଯୋଗ ରହିଛି। ବାର୍ଷିକ ୨୦୨୩-୨୪ ଏମଏଚ୍‌ଏ ରିପୋର୍ଟ ଅନୁଯା‌ୟୀ ସାଇବର ଠକମ‌ାନେ  ଅପରାଧ ଘଟାଇବାପାଇଁ ଗୁଗଲ୍‌ ସର୍ଭିସ୍‌ ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି।

ବିଶେଷ କରି ରୋଜଗାର ନଥିବା ଯୁବକ, ଗୃହିଣୀ, ଛାତ୍ରଛାତ୍ରୀ ଏବଂ ଅଭାବରେ ଥିବା‌ ଲୋକମାନଙ୍କୁ ସାଇବର୍‌ ଠକ୍‌ ଟାର୍ଗେଟ୍‌ କରୁଛନ୍ତି। ସାଇବର୍‌ ଅପରାଧର ଶିକାର ହୋଇ ସେମାନେ ମଧ୍ୟ ବିପୁଳ ପରିମାଣର ଟଙ୍କା ହରାଇଛନ୍ତି।   ଏପରିକି ‌କିଛି ଲୋକ ଠକଙ୍କ ପାଲରେ ପଡ଼ି  ଧାର କରଜ କରିବାକୁ ବି ପଛାଉ ନାହାନ୍ତି। କିନ୍ତୁ ଠକାମିର ଶିକାର ହୋଇଛନ୍ତି ବୋଲି ଜାଣିବା ବେଳକୁ ଆଉ ସେମାନଙ୍କ ନିକଟରେ କିଛି ବାଟ ରହୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe