ଓମିକ୍ରନ ପରୀକ୍ଷା ବାହାନାରେ ଲୁଟିନେବେ ସାଇବର ଅପରାଧୀ

Advertisment

ସତର୍କ ରହିବାକୁ ପରାମର୍ଶ ଦେଲା ଗୃହ ମନ୍ତ୍ରାଳୟ

ସତର୍କ ରହିବାକୁ ପରାମର୍ଶ ଦେଲା ଗୃହ ମନ୍ତ୍ରାଳୟ

ଓମିକ୍ରନ ପରୀକ୍ଷା ବାହାନାରେ ଲୁଟିନେବେ ସାଇବର ଅପରାଧୀ

DNA India

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ସାଇବର ଅପରାଧୀମାନେ ଲୋକଙ୍କୁ ଠକିବା ପାଇଁ ସେମାନଙ୍କ ବୁଦ୍ଧି ଖଟାଇବାରେ ଲାଗିଛନ୍ତି। ଏ ବିଷୟ ଜଣାପଡ଼ିବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛି। କୋଭିଡ-୧୯ର ଓମିକ୍ରନ ପ୍ରଜାତି ଚିହ୍ନଟ ପାଇଁ ମାଗଣା ପରୀକ୍ଷା ଯୋଗାଇ ଦିଆଯାଉଥିବା କହି ଏହି ଅପରାଧୀମାନେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଗୃହ ମନ୍ତ୍ରାଳୟର ସାଇବର ଓ ସୂଚନା ସୁରକ୍ଷା ବିଭାଗ ପକ୍ଷରୁ ଏକ ପରାମର୍ଶ ଜାରି କରାଯାଇଛି।

ପରାମର୍ଶରେ କୁହାଯାଇଛି ଲୋକମାନେ ଏବେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରସଙ୍ଗକୁ ନେଇ ଚିନ୍ତିତ ଅଛନ୍ତି। ଫଳରେ ସାଇବର ଅପରାଧୀମାନେ ସାଇବର ଅପରାଧ କରିବାକୁ ସକ୍ରିୟ ହୋଇପଡ଼ିଛନ୍ତି। ଲୋକମାନେ ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ପିସିଆର୍‌ ଟେଷ୍ଟ ହେଉଛି ବୋଲି ‌ସାଇବର ଅପରାଧୀମାନେ ଲୋକଙ୍କ ପାଖକୁ ବିଶ୍ବାସ ଜନ୍ମାଇବା ଭଳି ଇ-ମେଲ ପଠାଉଛନ୍ତି। ଏଥିରେ ଲୋକଙ୍କୁ ଲୁଟିବା ପାଇଁ ଉଦ୍ଦିଷ୍ଟ ଲିଙ୍କ୍ ଓ ଫାଇଲ୍‌ ପଠାଯାଉଛି।

ନିରୀହ ବ୍ୟକ୍ତିମାନେ ଏସବୁ ଇ-ମେଲ, ଲିଙ୍କ ଓ ଫାଇଲ୍‌ ଖୋଲିଲେ ତାହା ସେମାନଙ୍କୁ ଠକଙ୍କ ‌ୱେବସାଇଟ୍‌କୁ ନେଇଯାଇଥାଏ। ଅପରାଧୀମାନେ ଲୋକଙ୍କ ବ୍ୟାଙ୍କ ଏବଂ ବ୍ୟକ୍ତିଗତ ସୂଚନା ଏହି ମାଧ୍ୟମରେ ହାସଲ କରିନେଉଛନ୍ତି। ତେଣୁ ଲୋକମାନେ ୱେବସାଇଟ୍‌ ଖୋଲିବା ସମୟରେ ଡୋମେନ୍ ନାମ ଏବଂ ୟୁଆରଏଲକୁ ଭଲଭାବେ ଯାଞ୍ଚ କରିବା ଆବଶ୍ୟକ। କୌଣସି ପ୍ରକାର ସନ୍ଦେହ ଥିଲେ cybercrime.gov.in ପୋର୍ଟାଲରେ ରିପୋର୍ଟ କରନ୍ତୁ ବୋଲି ସରକାର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe