‘ସାଇକେଲ ଗାର୍ଲ’ଙ୍କ ବାପାଙ୍କ ମୃତ୍ୟୁ; ଗତବର୍ଷ ବାପାଙ୍କୁ ସାଇକେଲରେ ବସାଇ ୮ଦିନରେ ୧୩୦୦କିମି ଯାତ୍ରା କରିଥିଲେ ଜ୍ୟୋତି

Advertisment
‘ସାଇକେଲ ଗାର୍ଲ’ଙ୍କ ବାପାଙ୍କ ମୃତ୍ୟୁ; ଗତବର୍ଷ ବାପାଙ୍କୁ ସାଇକେଲରେ ବସାଇ ୮ଦିନରେ ୧୩୦୦କିମି ଯାତ୍ରା କରିଥିଲେ ଜ୍ୟୋତି

www.samacharsuchna.com

ପାଟନା: ବିହାର ଦରଭଙ୍ଗାର ଚର୍ଚ୍ଚିତ ‘ସାଇକେଲ ଗାର୍ଲ’ ଜ୍ୟୋତି ପାସୱାନଙ୍କ  ବାପା ମୋହନ ପାସୱାନଙ୍କ ସୋମବାର ହୃଦଘାତରେ ମୃତ୍ୟୁ ହୋଇଛି। ଗତବର୍ଷ କରୋନା ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ କାରଣରୁ ଝିଅ ଜ୍ୟୋତି ପାସୱାନ ବାପାଙ୍କୁ ସାଇକେଲରେ ବସାଇ ଗୁଡ଼ଗ୍ରାମରୁ ଦରଭଙ୍ଗା ପହଞ୍ଚାଇବା ପରେ ଚର୍ଚ୍ଚାର ପରିସରକୁ ଆସିଥିଲେ।

କୁହାଯାଉଛି କି, ଜ୍ୟୋତିଙ୍କ ଦାଦାଙ୍କ ଗତ ୧୦ଦିନ ତଳେ ମୃତ୍ୟୁ ହୋଇଥିଲା। ଲକଡାଉନ ଥିବାରୁ ଶୁଦ୍ଧିକ୍ରିୟା ଭୋଜି କିପରି ହେବ ସେ ନେଇ ମୋହନ ପାସୱାନ କିଛିଲୋକଙ୍କୁ ଡାକି  ଆଲୋଚନା କରୁଥିଲେ। ଆଲୋଚନା ପରେ ସେ ଛିଡା ହେବେ କ’ଣ ତଳେ ପଡ଼ି ଯାଇଥିଲେ। ଆଉ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ପାସୱାନଙ୍କ ପରିବାରଲୋକଙ୍କ କହିବାନୁସାରେ ମୋହନଙ୍କ ମୃତ୍ୟୁ ହୃଦଘାତ ହେତୁ ହୋଇଛି।

publive-image

ଦିଲ୍ଲୀ-ଏନସିଆରରେ ମୋହନ ପାସୱାନ ଅଟୋ ଚଲାଉଥିଲେ। ଜାନୁଆରି ୨୦୨୦ରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଆଉ ଠିକ ଭାବେ ଚାଲି ପାରୁ ନଥିଲେ। ଦେଖାଶୁଣା ପାଇଁ ବାପାଙ୍କ ପାଖରେ ଥିଲା ଝିଅ ଜ୍ୟୋତି। ତେବେ ଏହି ସମୟରେ ଲକଡାଉନ ଜାରି ହୋଇଥିଲା। ଯିଏ ଯେମିତି ପାଇଲେ ନିଜ ଘରକୁ ଫେରିବାକୁ ଚେଷ୍ଟା କରିଥିଲେ। ଲୋକେ ହଜାରହଜାର କିମି ରାସ୍ତା ଚାଲିଚାଲି ଘରେ ବି ପହଞ୍ଚିଥିଲେ। ଏଭଳି ସମୟରେ ଜ୍ୟୋତି ୪୦୦ଟଙ୍କା ଏକାଠି କରି ସାଇକେଲ କିଣି ୮ଦିନରେ ୧୩୦୦କିମି ରାସ୍ତା ଅତିକ୍ରମ କରିଥିଲେ। ଆଉ ଗୁଡ଼ଗ୍ରାମରୁ ଦରଭଙ୍ଗା ପହଞ୍ଚିଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe