ଭିନ୍ଦ(ମଧ୍ୟପ୍ରଦେଶ): ଅଧ୍ୟବସାୟ ବଳରେ ନିଜର ଆଶା ଓ ଆକାଂକ୍ଷା ହାସଲ କରିହୁଏ ବୋଲି ପ୍ରମାଣ କରିଛନ୍ତି ମଧ୍ୟପ୍ରଦେଶର ଭିନ୍ଦ ଜିଲ୍ଲା ଅନ୍ତର୍ଗତ ଚମ୍ବଲ ଇଲାକାର ଆଜନୋଲ୍ ଗାଁରେ ରହୁଥିବା ୧୫ ବର୍ଷୀୟ ରୋଶନି ଭଦୋରିୟା।
The Shoutfeedଏକ ଅପନ୍ତରା ଗାଁରୁ ପ୍ରତିଦିନ ନିଜ ସାଇକେଲରେ ଦୀର୍ଘ ୨୪ କିମି ବାଟ ସ୍କୁଲ ଯାଉଥିବା ରୋଶନିଙ୍କ ମାଟ୍ରିକ୍ ଫଳାଫଳ ଏବେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛିା ରବିବାର ପ୍ରକାଶିତ ମଧ୍ୟପ୍ରଦେଶ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ସେ ୯୮.୭୫ ପ୍ରତିଶତ ନମ୍ବର ସହ ରାଜ୍ୟର ଅଷ୍ଟମ ସ୍ଥାନରେ ରହି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି। ପାଠ ପ୍ରତି ଅଗାଧ ଆଗ୍ରହ ରଖିଥିବା ଆଜନୋଲ ପରି ଏକ ଅନାମଧେୟ ଗାଁର ଝିଅ ରୋଶନି ଭବିଷ୍ୟତରେ ସିଭିଲ ସର୍ଭିସ୍ରେ ନିଜ ଜୀବନ ଗଡ଼ିବାକୁ ଚାହାନ୍ତି ବୋଲି କହିଛନ୍ତି।
Follow Us