୫୫ ଘଣ୍ଟାରେ ୪୮୦ କିମି ସାଇକଲ ଚଲାଇ ବିଶ୍ବ ରେକର୍ଡ କଲେ ମହିଳା

୫୫ ଘଣ୍ଟାରେ ୪୮୦ କିମି ସାଇକଲ ଚଲାଇ ବିଶ୍ବ ରେକର୍ଡ କଲେ ମହିଳା

ND tv

ନୂଆଦିଲ୍ଲୀ: ପୁନେର ପ୍ରତି ମାସ୍କେ ୫୫ ଘଣ୍ଟା ୧୩ ମିନିଟରେ ଲେହରୁ ମନାଲି ୪୮୦ କିମି ସାଇକଲରେ ଅତିକ୍ରମ କରି ବିଶ୍ବ ରେକର୍ଡ କରିଛନ୍ତି। ଦୁଇଟି ସନ୍ତାନର ଜନନୀ ୪୫ ବର୍ଷୀୟ ପ୍ରୀତି ଏଭଳି ଦୁଃସାହସିକ ପଦକ୍ଷେପ ନେଇ ଗିନିଜ ବୁକ ଅଫ ରେକର୍ଡରେ ତାଙ୍କ ସ୍ଥାନ ପକ୍କା କରିଛନ୍ତି। ପୂର୍ବରୁ ସେ ପ୍ରଥମ ମହିଳା ଭାବେ ୬ ହଜର କିମି ସାଇକଲରେ ଅତିକ୍ରମ କରିଥିଲେ। ପ୍ରୀତି କହିଛନ୍ତି ଯେ, ଆଗ୍ରହ ଓ ଇଚ୍ଛା ଶକ୍ତି ଆଗରେ ବୟସ ସବୁବେଳେ ହାରମାନେ। ନିଜର ସୁସ୍ଥତା ପାଇଁ ସେ ୪୦ ବର୍ଷରେ ସାଇକଲ ଚାଳନା ଆରମ୍ଭ କରିଥିଲେ। ନିଶ୍ଚିତ ଭାବେ ଏହା ଅନ୍ୟ ମହିଳାଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।

ବୋର୍ଡର ରୋଡ ଅର୍ଗାନାଇଜେସନ ପକ୍ଷରୁ ମୁଖ୍ୟ ଯନ୍ତ୍ରୀ ବ୍ରିଗେଡିୟର ଗୌରଭ କାର୍କି ଲେହଠାରେ ଜୁନ ୨୨ ତାରିଖ ସକାଳ ୬ଟାରେ ପତାକା ଦେଖାଇ ତାଙ୍କ ସାଇକଲ ଚାଳନାର ଶୁଭାରମ୍ଭ କରିଥିଲେ। ଜୁନ ୨୪ ଅପରାହ୍ନ ୧.୧୩ ମିନିଟରେ ସେ ମନାଲିରେ ପହଞ୍ଚିଥିଲେ ବୋଲି ବୋର୍ଡର ରୋଡ ଅର୍ଗାନାଇଜେସନର କମାଣ୍ଡର ସବାରିସ ଭାଚାଲି କହିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ୮୦୦୦ ମିଟର ଉଚ୍ଚତାରେ ଏହି ମାର୍ଗ ଅତିକ୍ରମ କରିବା ବହୁତ କଠିନ ଥିଲା। ଏହି ଚ୍ୟାଲେଞ୍ଜକୁ ସମ୍ପୂର୍ଣ୍ଣ କରିବା ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ ତାଙ୍କୁ ୬୦ ଘଣ୍ଟାର ସମୟ ଦେଇଥିଲା ବୋଲି ସେମାନେ କହିଛନ୍ତି। ତେବେ ରାସ୍ତାରେ ଶ୍ବାସ ପ୍ରକ୍ରିୟାରେ ବାଧା ସୃଷ୍ଟି ନହେବା ପାଇଁ ସେ ଦୁଇଥର ଅକ୍ସିଜେନ ନେଇଥିବା ପ୍ରୀତି ପ୍ରକାଶ କରିଛନ୍ତି। ପ୍ରୀତିଙ୍କ ନାମରେ ପୂର୍ବରୁ ଦୀର୍ଘପଥ ସାଇକଲ ଚାଳନାରେ ବହୁ ରେକର୍ଡ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe