ଓଃ ! କୋଲକାତା : ‘ଅମ୍ଫାନ୍‌’ ତାଣ୍ଡବ ରଚୁଥିବା ବେଳେ ‘ଟାଇଟାନିକ୍‌’ ତୁଳନାରେ କିଛି ଭିନ୍ନ ନ ଥିଲା ନଭଶ୍ଚୁମ୍ଭୀ ଅଟ୍ଟାଳିକାର ଭିତର ଚିତ୍ର; ଦେଖନ୍ତୁ ସେସମୟର ଲାଇଭ୍‌ ଭିଡିଓରେ...

Advertisment
ଓଃ ! କୋଲକାତା : ‘ଅମ୍ଫାନ୍‌’ ତାଣ୍ଡବ ରଚୁଥିବା ବେଳେ ‘ଟାଇଟାନିକ୍‌’ ତୁଳନାରେ କିଛି ଭିନ୍ନ ନ ଥିଲା ନଭଶ୍ଚୁମ୍ଭୀ ଅଟ୍ଟାଳିକାର ଭିତର ଚିତ୍ର; ଦେଖନ୍ତୁ ସେସମୟର ଲାଇଭ୍‌ ଭିଡିଓରେ...

କୋଲକାତା: ଦେଶର ଚାରି ପ୍ରମୁଖ ମହାନଗରୀ ମଧ୍ୟରୁ ଅନ୍ୟତମ ପ୍ରମୁଖ ମହାନଗରୀ ହେଉଛି କୋଲକାତା। ସମସ୍ତ ପ୍ରକାରର ଅତ୍ୟାଧୁନିକ ପ୍ରାଚୁର୍ଯ୍ୟ ଓ ସୁବିଧା ସୁଯୋଗ ଉପଲବ୍ଧ ରହିଥିବା କୋଲକାତାର ନଭଶ୍ଚୁମ୍ଭୀ ଅଟ୍ଟାଳିକା ବା ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟର ଫ୍ଲାଟ୍‌ରେ ରହୁଥିବା ବ୍ୟକ୍ତିମାନେ ନିଜକୁ ସବୁଠାରୁ ସୁରକ୍ଷିତ ଓ ଭାଗ୍ୟବାନ ବୋଲି ମନେ କରିଥାନ୍ତି।

ତେବେ, ପ୍ରକୃତି ଯେତେବେଳେ ଉଗ୍ରରୂପ ଧାରଣ କରେ ତା’ ସାମନାରେ ମଣିଷ ଯେ କେତେମାତ୍ରାରେ ଅସହାୟ ହୋଇଉଠେ ତାହାର ଚିତ୍ର କାଲି ଦେଖିବା ପାଇଁ ମିଳିଥିଲା କୋଲକତା ମହାନଗରୀରେ। ବଙ୍ଗୋପସାଗରରେ ୧୯୯୯ ପରେ ସୃଷ୍ଟି ହୋଇଥିବା ଦ୍ୱିତୀୟ ସାମୁଦ୍ରିକ ମହାବାତ୍ୟା ‘ଅମ୍ଫାନ’ କାଲି ସନ୍ଧ୍ୟାରେ ଯେତେବେଳେ କୋଲକାତା ମହାନଗରୀ ଉପରେ ପ୍ରଳୟର ତାଣ୍ଡବ ନୃତ୍ୟ କରୁଥିଲା, ସେ ସମୟରେ ତାସଘର ପରି ଦୋହଲି ଯାଇଥିଲା କୋଲକାତା ମହାନଗରୀରେ ରହିଥିବା ସବୁ ନଭଶ୍ଚୁମ୍ଭୀ ଅଟ୍ଟାଳିକା ବା ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ। କୋଲକାତାର ଏହିପରି ଏକ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟର ୪୧ ତମ ମହଲାରେ ଥିବା ଏକ ଫ୍ଲାଟ୍‌ରେ ରହୁଥିବା ଦେଶର ଅନ୍ୟତମ ପ୍ରମୁଖ ନ୍ୟୁଜ୍‌ ପୋର୍ଟାଲ ‘ଦ କ୍ୱିଣ୍ଟ୍‌’ର ସାମ୍ବାଦିକା ଇସାଦ୍ରିତା ଲାହାରୀ ତାଙ୍କ ମୋବାଇଲ ଫୋନ୍‌ର ଭିଡିଓ କ୍ୟାମେରାରେ ସେସମୟର କିଛି ଲାଇଭ୍‌ ଭିଡିଓକୁ ଧରି ରଖିବାରେ ସମର୍ଥ ହୋଇଥିଲେ। ଅମ୍ଫାନ ଯେତେବେଳେ କୋଲାକାତା ଉପର ଦେଇ ଗତି କରୁଥିଲା, ସେତେବେଳେ ବାହାର ସମେତ ତାଙ୍କ ଆପାର୍ଟମେଣ୍ଟ ଓ ଫ୍ଲାଟ୍‌ ଭିତରେ କ’ଣ ସବୁ କିପରି ଭାବେ ଘଟିଥିଲା ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି।

ସେସମୟର ଏହି ଲାଇଭ୍‌ ଭିଡିଓଟିକୁ ଆପଣ ନିଜେ ସ୍ୱଚକ୍ଷୁରେ ନ ଦେଖିବା ପର୍ଯ୍ୟନ୍ତ ବିଶ୍ୱାସ କରିବେ ନାହିଁ ଯେ କେତେ ସାଂଘାତିକ ଓ ଭୟଙ୍କର ଥିଲା ସେସମୟର ଦୃଶ୍ୟ। କୌଣସି ହରର ଫିଲ୍ମର ଦୃଶ୍ୟଠାରୁ ବି ଆହୁରି ଭୟଙ୍କର ଓ ଲୋମଟାଙ୍କୁରା ଥିଲା ପରିବେଶ। ପବନର ସୁସୁ ଗର୍ଜନ ଶୁଣିବା ପରେ ଗୋଟେ ସମୟରେ ମନେ ହୋଇଥିଲା ଯେ ସାମୁଦ୍ରିକ ବାତ୍ୟା ଯେପରି ‘ଟାଇଟାନିକ୍‌’କୁ ସମୁଦ୍ର ଗର୍ଭରେ ଲୀନ କରି ଦେଇଥିଲା ଠିକ୍‌ ସେହିପରି ଭାବେ ଅମ୍ଫାନ୍‌ ମଧ୍ୟ ଏହି ଆପାର୍ଟମେଣ୍ଟଟିକୁ ମାଟିରେ ମିଶାଇ ଦେବ। ସେ ସମୟର ପରିବେଶ ଓ ପରିସ୍ଥିତି ସାମ୍ବାଦିକା ଇସାଦ୍ରିତାଙ୍କୁ ଏତେ ପରିମାଣରେ ଭୟଭୀତ ଓ ଆତଙ୍କିତ କରି ପକାଇଥିଲା ଯେ ସେ ସେତେବେଳେ ସଂପୂର୍ଣ୍ଣ ଅସହାୟ ହୋଇ କାନ୍ଦି ଉଠିଥିଲେ।

(ଭିଡିଓ ସୌଜନ୍ୟ: ଦ’ କ୍ୱିଣ୍ଟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe