ବିଳମ୍ବିତ ସନ୍ଧ୍ୟାରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବାତ୍ୟା ଅମ୍ଫାନ; ପଶ୍ଚିମବଙ୍ଗରେ ବିମାନ ଓ ଟ୍ରେନ୍ ସେବା ବାତିଲ

Advertisment
ବିଳମ୍ବିତ ସନ୍ଧ୍ୟାରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବାତ୍ୟା ଅମ୍ଫାନ; ପଶ୍ଚିମବଙ୍ଗରେ ବିମାନ ଓ ଟ୍ରେନ୍ ସେବା ବାତିଲ

Image Source: Hindustan Times

ନୂଆଦିଲ୍ଲୀ: ଆଜି ବିଳମ୍ବିତ ସନ୍ଧ୍ୟାରେ ବାତ୍ୟା ଅମ୍ଫାନ୍ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳର ସୁନ୍ଦରବନ ନିକଟରେ ସ୍ଥଳଭାଗରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସାମୁଦ୍ରିକ ବାତ୍ୟା ଯୋଗୁଁ ଭାରତର ଦୁଇଟି ରାଜ୍ୟ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ବିଶେଷ କ୍ଷତିଗ୍ରସ୍ତ ହେବ। ଏହାଛଡ଼ା ସିକିମ୍, ଆସାମ ଏବଂ ମେଘାଳୟରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେବ। ଏଥିଯୋଗୁଁ ସିକିମରେ ମେ ୨୦ ତାରିଖ ଦିନ ଏବଂ ମେ ୨୧ ତାରିଖ ଦିନ ‌ଆସାମ ଓ ମେଘାଳୟରେ ଅତି ପ୍ରବଳ ବର୍ଷା ହେବ।

ଏବେ ବାତ୍ୟା ଅମ୍ଫନ୍ ଓଡ଼ିଶାର ପାରାଦ୍ବୀପ ଠାରୁ ୧୨୦ କିଲୋମିଟର ଦୂରରେ ରହି ଘଣ୍ଟାପ୍ରତି ୧୮/୧୯ କିଲୋମିଟର ବେଗରେ ପ୍ରବାହିତ ହେଉଛି। ଦୀଘାର ଦକ୍ଷିଣକୁ ଏହା ପ୍ରାୟ ୨୦୦ କିଲୋମିଟର ଏବଂ ବାଂଲାଦେଶ ଖେପୁପଡ଼ାର ଦକ୍ଷିଣପଶ୍ଚିମକୁ ପ୍ରାୟ ୩୬୦ କିଲୋମିଟର୍ ଦୂରରେ କେନ୍ଦ୍ରୀଭୂତ ହୋଇଛି।

publive-image Image Source: India Today

ବାତ୍ୟା ପ୍ରଭାବରୁ ଜନଜୀବନ ନିରାପଦ ରଖିବାକୁ ଭାରତ ଏବଂ ପଡ଼ୋଶୀ ବାଂଲାଦେଶର ଉପକୂଳବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୪. ୨ ନିୟୁତ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ପଶ୍ଚିମବଙ୍ଗର କୋଲକାତା, ହୁଗୁଳି ଏବଂ ହାଓଡ଼ାରେ ଘଣ୍ଟାପ୍ରତି ୧୧୦ କିଲୋମିଟର ରୁ ୧୨୦ କିଲୋମିଟର ବେଗରେ ବତାସ ପ୍ରବାହିତ ହେବ। ମଝିରେ ମଝିରେ ପବନର ଝୁଙ୍କ ଘଣ୍ଟାପ୍ରତି ୧୩୦ କିଲୋମିଟର ହୋଇପାରେ।

ପ୍ରତିକୂଳ ପାଗ ଯୋଗୁଁ କୋଲ୍‌କାତା ବିମାନ ବନ୍ଦରରେ ଗୁରୁବାର ଭୋର୍ ୫ଟା ଯାଏଁ ସମସ୍ତ ବିମାନ ଚଳାଚଳ ବାତିଲ କରାଯାଇଛି। ଏହାଛଡ଼ା ବୁଧବାର ଛାଡ଼ିବାକୁ ଥିବା ହାଓଡ଼ା-ନୂଆଦିଲ୍ଲୀ ଏସି ସ୍ପେସାଲ୍ ଏକ୍ସପ୍ରେସ୍‌କୁ ବାତିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe